www.samajalive.in
Monday, December 8, 2025
17.1 C
Bhubaneswar

ଜିଓ ଦେଲା ଆଉ ଏକ ଝଟ୍‌କା; ରିଚାର୍ଜ ମହଙ୍ଗା କରିବା ସହ ହଟାଇଲା ଏସବୁ ଲୋକପ୍ରିୟ ପ୍ଲାନ୍

ସମାଜ ଡିଜିଟାଲ ଡେସ୍କ: ଜିଓ ଜୁଲାଇ ୩ରୁ ଏହାର ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିର ମୂଲ୍ୟ ବଢାଇ ଦେଇଛି। ଏହା ଉପଭୋକ୍ତାଙ୍କୁ ଏବ ବଡ଼ ଝଟ୍‌କା ଦେଇଥିଲା। ବିଭିନ୍ନ ଯୋଜନାର ମୂଲ୍ୟ ଭିନ୍ନ ଭାବରେ ବୃଦ୍ଧି କରାଯାଇଥିଲା। ତେବେ ଏହା ସହ କିଛି ଲୋକପ୍ରିୟ ପ୍ଲାନ୍‌ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି, ଯାହା ଉପଭେକ୍ତାଙ୍କୁ ଆଉ ଏକ ଝଟ୍‌କା ଦେଇଛି। ଆସନ୍ତୁ ଜାଣିବା ସେହି ପ୍ଲାନଗୁଡ଼ିକ ବିଷୟରେ-

ବାର୍ଷିକ ପ୍ଲାନ୍‌-

- Advertisement -

ସର୍ବପ୍ରଥମେ ଉପଭୋକ୍ତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସବୁଠୁ ଲୋକପ୍ରିୟ ୨୫୪୫ ଟଙ୍କାର ପ୍ଲାନ୍‌କୁ ହଟାଇ ଦିଆଯାଇଛି। ଏହାର ବୈଧତା ୩୩୬ ଦିନ ଥିଲା ଏବଂ ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଥିଲା।

ଓଟିଟି ପ୍ଲାନ୍‌-

ଅଧିକାଂଶ ଓଟିଟି ସବ୍‌ସ୍କ୍ରିପ୍ସନ ପ୍ଲାନ୍‌ଗୁଡ଼ିକୁ ମଧ୍ୟ ଜିଓ ହଟାଇ ଦେଇଛି। ଏଥିରେ ୩,୬୬୨ ପ୍ଲାନ୍, ୩,୨୨୬ ପ୍ଲାନ୍ ଓ ୩,୨୨୫ ପ୍ଲାନ୍‌ ସାମିଲ ଅଛି। ଏ ସମସ୍ତ ପ୍ଲାନ୍‌ ଓଟିଟି ସବ୍‌ସ୍କ୍ରିପ୍ସନ ସହ ଆସୁଥିଲା। ଏଥିସହ ପ୍ଲାନଗୁଡ଼ିକର ବୈଧତା ୩୬୫ ଦିନ ଥିଲା।

୨୯୯୯ ପ୍ଲାନ୍-

ଜିଓର ବାର୍ଷିକ ପ୍ଲାନ୍ କଥା ଉଠିଲେ ୨୯୯୯ ପ୍ଲାନ୍‌ର ନାଁ ମନେପଡ଼େ। ଏହା ୩୬୫ ଦିନର ବୈଧତା ସହ ଆସୁଥିଲା ​​ଏବଂ ଦୈନିକ ୨ ଜିବି ଡାଟା ମଧ୍ୟ ମିଳୁଥିଲା। ଏହାକୁ ମଧ୍ୟ ହଟାଇ ଦିଆଯାଇଛି। ଏବେ ଆପଣଙ୍କୁ ୩୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ଓ ଏଥିରେ ୨.୫ ଜିବି ଦୈନିକ ଡାଟା ମିଳିବ।

୧୫୫୯ ପ୍ଲାନ୍‌- 

ଏହି ଯୋଜନା ସେହି ଉପଭୋକ୍ତାମାନଙ୍କ ପାଇଁ ବହୁତ ଖାସ୍‌ ଥିଲା, ଯେଉଁମାନେ କମ୍ ମୂଲ୍ୟରେ ବର୍ଷସାରା ନମ୍ବର ଆକ୍ଟିଭେଟ୍‌ ରଖିବାକୁ ଚାହୁଁଥିଲେ ଏବଂ ତାଙ୍କର ଅଧିକ ଡାଟା ମଧ୍ୟ ଆବଶ୍ୟକତା ନଥିଲା। ୧୫୫୯ ଟଙ୍କାର ପ୍ଲାନ୍‌ ପରିବର୍ତ୍ତେ ବର୍ତ୍ତମାନ ଆପଣଙ୍କୁ ୧୮୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories