www.samajalive.in
Tuesday, December 9, 2025
17.1 C
Bhubaneswar

ଲକ୍ଷ୍ମୀପୁର ବ୍ଲକରେ ସମ୍ପୂର୍ଣ୍ଣତା ଯୋଜନା ଶୁଭାରମ୍ଭ , ଦ୍ରୁତ ବିକାଶ ପାଇଁ ୬ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ବ

ଲକ୍ଷ୍ମୀପୁର: ନୀତି ଆୟୋଗ ଦ୍ବାରା ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଛି । ଏହା ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ବିକାଶ ଲକ୍ଷ୍ୟରେ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କୋରାପୁଟ ଜିଲାର ଲମତାପୁଟ ଓ ଲକ୍ଷ୍ମୀପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହୋଇଛି।
ଏହି ଅବସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ବାସନ୍ତୀ କଲ୍ଯାଣ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍ ରାଉତ ,  ପର୍ଯ୍ୟବେକ୍ଷକ ଅମ୍ବିକା ଶୁକ୍ଳା , ଯୋଜନା ଉପନିର୍ଦ୍ଦେଶକ ସୁର୍ଯ୍ୟକାନ୍ତ ବେହେରା, ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇ,ଅତିରିକ୍ତ ତହସିଲଦାର ମାଧବ ଭତ୍ରା , ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଆରତୀ କୁଲଦୀପ, କାର୍ଯ୍ୟ କାରୀ ବ୍ମକ ଶିକ୍ଷା ଅଧିକାରୀ ପ୍ରିୟମ୍ବଦା ପାତ୍ର , ସମସ୍ତ ସରପଞ୍ଚ ,  ସମିତି ସଭ୍ୟ ,ଶିଶୁବିକାଶ ଅଧିକାରୀ ପାର୍ବତୀ ଆଚାର୍ଯ୍ୟ , ଡାକ୍ତର ଦୀନବନ୍ଧୁ ଚୌଧୁରୀ ପ୍ରମୁଖ ଯୋଗଦେଇ ଏହାର କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ଵାରୋପ କରିଥିଲେ।

ବିଶେଷକରି ନୀତି ଆୟୋଗ ଦ୍ବାରା ସଂପୂର୍ଣ୍ଣତା ଅଭିଯାନ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଦ୍ରୁତ ବିକାଶକୁ ସୁନିଶ୍ଚିତ କରିବା। ଏହି କାର୍ଯ୍ୟକ୍ରମ ଜୁଲାଇ ୪ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପ୍ରର୍ଯ୍ୟନ୍ତ ଚାଲିବ। ବିଶେଷକରି ଏଥିରେ ୬ ଟି ବିଷୟକୁ  ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ- ପ୍ରସବ ଯତ୍ନ, ଡାଇବେଟିସ୍ ସ୍କ୍ରିନିଂ ଉଚ୍ଚ ରକ୍ତଚାପ ପରଦା, ସପ୍ଲିମେଣ୍ଟ ପୁଷ୍ଟିକର, କୃଷି- ମୃତ୍ତିକା ପରୀକ୍ଷା, ସାମାଜିକ ବିକାଶ- ଆର୍ଥିକ ପରିଚାଳନା କ୍ଷମତା ଭବନ ପାଇଁ ଘୂର୍ଣ୍ଣନ ପାଣ୍ଠି ଅନ୍ତର୍ଭୁକ୍ତ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ , ସ୍ବୟଂ ସହାୟକ ମହିଳା ଗୋଷ୍ଠୀ , ଛାତ୍ର ଛାତ୍ରୀ , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

- Advertisement -

ଏଠାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଓ୍ବନ କୁମାରଙ୍କ ସହିତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଗୋଷ୍ଠୀ ଊନ୍ନୟନ ଅଧିକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories