www.samajalive.in
Tuesday, December 9, 2025
16.1 C
Bhubaneswar

ଏଣିକି ସମସ୍ତେ କରିପାରିବେ ଡିଜିଟାଲ ପୈଠ, ୟୁଏଇରେ ଆରମ୍ଭ ହେଲା ୟୁପିଆଇ

ନୂଆଦିଲ୍ଲୀ : ଦେଶ ପରେ ଏବେ ବିଦେଶରେ ଡିଜିଟାଲ ପୈଠର ପରିସର ବଢିବାରେ ଲାଗିଛି । ଯଦି ଆପଣ ମଧ୍ୟ ୟୁପିଆଇ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) ଇଣ୍ଟରନ୍ୟାସନାଲ୍ ନେଟଓ୍ବର୍କ ସହିତ ମିଶି ନୂଆ ସୁବିଧା ଆରମ୍ଭ କରିଛି । ନେଟଓ୍ବର୍କ ଇଣ୍ଟରନ୍ୟାସନାଲ୍ ମଧ୍ୟ-ପୂର୍ବ ଏବଂ ଆଫ୍ରିକା ଅଞ୍ଚଳରେ ଡିଜିଟାଲ କମର୍ସକୁ ପ୍ରୋତ୍ସାହନ ଦେଉଥିବା ପ୍ରମୁଖ କମ୍ପାନୀ । ନୂଆ ସୁବିଧା ଅନୁସାରେ ୟୁଏଇରେ ଭାରତୀୟ ପର୍ଯ୍ୟଟକ ଏବଂ ଏନଆରଆଇ ଏବେ ଇଣ୍ଟରନ୍ୟାସନାଲ୍ ନେଟଓ୍ବର୍କରେ ପଏଣ୍ଟ ଅଫ୍ ସେଲ ଟର୍ମିନାଲରେ କ୍ୟୁଆର କୋଡ୍ ଜରିଆରେ ୟୁପିଆଇ ପୈଠ କରିପାରିବେ ।

ଏନପିସିଆଇ ଇଣ୍ଟରନ୍ୟାସନାଲ୍ ତରଫରୁ ଜାରି ବୟାନ ଅନୁସାରେ ନୂଆ ସୁବିଧା ଫଳରେ ୟୁଏଇରେ ନେଟଓ୍ବର୍କ ଇଣ୍ଟରନ୍ୟାସନାଲ୍ ସହିତ ଜଡିତ ଦୋକାନଗୁଡିକରେ ଭାରତୀୟ ପର୍ଯ୍ୟଟକ ଏବଂ ଏନଆରଆଇ ୟୁପିଆଇ ଜରିଆରେ ସୁରକ୍ଷିତ ପୈଠ କରିପାରିବେ । ନେଟଓ୍ବର୍କ ଇଣ୍ଟରନ୍ୟାସନାଲର ୟୁଏଇରେ ୨ ଲକ୍ଷରୁ ଅଧିକ ପିଓଏସ୍ ଟର୍ମିନାଲ ଓ ୬୦ ହଜାରରୁ ଅଧିକ ମର୍ଚାଣ୍ଟର ନେଟଓ୍ବର୍କ ରହିଛି । ଏଠାରେ ଆପଣ ସୁରକ୍ଷିତ ଭାବେ ପୈଠ କରିପାରିବେ । ଏହି ଦୋକାନରେ ଅନେକ ପ୍ରକାର ସାମଗ୍ରୀ ରହିଛି । ଏଥିରେ କପଡା ଦୋକାନ(ରିଟେଲ୍), ହୋଟେଲ, ଟ୍ରାନ୍ସପୋର୍ଟ ଓ ସୁପରମାର୍କେଟ୍ ଆଦି ରହିଛି ।

ହଥରସ୍‌ ଦଳାଚକଟା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ- କିଛି ସନ୍ଦିଗ୍ଧ ବ୍ୟକ୍ତି ମହିଳାଙ୍କୁ ଠେଲିବାରେ ଲାଗିଥିଲେ, ତା’ପରେ…

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories