www.samajalive.in
Monday, December 8, 2025
24.1 C
Bhubaneswar

ମନରେଗା ଦୁର୍ନୀତି: ତତ୍କାଳୀନ ଜିଆରଏସଙ୍କୁ କାରଣ ଦର୍ଶାଅ ନୋଟିସ୍

ବାସୁଦେବପୁର : ଜିଆରଏସରୁ ପଦୋନ୍ନତି ହୋଇଛି । ହେଲେ ଲାଗିଛି ମନରେଗା କଣ୍ଟା । ଜିଆରଏସ ଥିବା ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ । ଏମିତି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତରେ । ସୁଦର୍ଶନପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ସରକାରୀ କର୍ମଚାରୀ ଓ ଛାତ୍ର ମନରେଗା ଯୋଜନାରେ ଥିବା ଜବ୍‌ କାର୍ଡ ମାଧ୍ୟମରେ କାମ କରିଥିବା ସୂଚନା ଆଇନ ବଳରେ ଜାଣିବାକୁ ମିଳିଛି । ତେବେ କିପରି ଭାବରେ ସରକାରୀ କର୍ମଚାରୀ, ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ନିଜର କାର୍ଯ୍ୟ କ୍ଷେତ୍ରରେ ନ ରହି ଜବ୍‌ କାର୍ଡ ମାଧ୍ୟମରେ କାମ କରିଥିଲେ ସେନେଇ ଅଭିଯୋଗ ହୋଇଥିଲା । ସାମାଜିକ କର୍ମୀ ତପନ କୁମାର ବାରିକଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନମ୍ବର ୧୨୧୦ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories