www.samajalive.in
Monday, December 8, 2025
14.1 C
Bhubaneswar

୨ ହଜାର ଗ୍ରହାଣୁ ପିଣ୍ଡ  ଠାବ, ପୃଥିବୀ ସହ ଧକ୍କା ହେବାର ସମ୍ଭାବନା

  • ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ୨ ହଜାରଟି ପିଣ୍ଡ ଠାବ କରାଯାଇ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି
  • ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ଵାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ

ଭୁବନେଶ୍ବର: ଆଜିକୁ ଠିକ୍ ୧୧୪ ବର୍ଷ ତଳେ ୧୯୦୮ ମସିହା ଜୁନ ୩୦ରେ ରୁଷୀୟ ଦେଶର ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ  ଗଛ ଓ ସେଠାରେ ଥିବା ଅନେକ ପଶୁ ପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ । ସୌଭାଗ୍ୟବଶତଃ ଏହା ଜଙ୍ଗଲ ଅଞ୍ଚଳରେ ପଡିଥିବାରୁ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନ।ହିଁ ।  ଅନୁମାନ କରନ୍ତୁ,  ଏଭଳି ଏକ ଗ୍ରହାଣୁ ଯଦି ନୂଆଦିଲ୍ଲୀ ମହାନଗର ଉପରେ ଖସିବ ତେବେ ନିମିଷକ ମଧ୍ୟରେ ମହାନଗରଟି ଧ୍ଵଂସ ପାଇବା ସହ ଏଠାରେ ବସବାସ କରୁଥିବା ୩୦ ଲକ୍ଷରୁ ଅଧିକ ଲୋକ କ୍ଷଣକ ମଧ୍ୟରେ ମରିଯିବେ।

୧୯୦୮ ମସିହାରେ ଜୁନ ୩୦ ତାରିଖ ଦିନ ତୁଙ୍ଗାସ୍କା ଅଞ୍ଚଳରେପଡିଥିବା ଗ୍ରହାଣୁ ଦ୍ଵାରା ଘଟିଥିବା ଭୟଙ୍କର ପ୍ରଳୟକୁ ମନେପକାଇ ଓ ଗ୍ରହାଣୁ ଧକ୍କା ଦ୍ଵାରା ପୃଥିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ଜନସାଧାରଣଙ୍କୁ  ଅବଗତ କରାଇବା ସହ ଏହି ବିପଦ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ ପାଳନ କରିବା ପାଇଁ ୨୦୧୬ ମସିହା ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତ୍ତି ଦ୍ଵାରା ଅନୁମୋଦିତ କରାଯାଇ ସ୍ଥିର କରଯାଇଥିଲା ।

- Advertisement -

ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରଟି ଏପରି ଗ୍ରହାଣୁ ପିଣ୍ଡ  ଠାବ କରାଯାଇଛି ଯେଉଁଗୁଡିକ  ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି । ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରୁଛନ୍ତି : ଯେପରିକି ଏହି ପିଣ୍ଡ ଗୁଡିକୁ ମହାକାଶରେ ଧ୍ଵଂସ କରିଦିଆଯାଇ ପାରିବ ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥିବୀ କକ୍ଷ ପଥରୁ ଦୁରେଇ ଦିଆଯାଇପାରିବ। ନିକଟ ଅତୀତରେ ଗୋଟିଆ ଧୂମକେତୁ ସହ ଏକ ମହାକାଶ ଯାନର ଧକ୍କା କରାଯାଇ ତାକୁ ଭାଙ୍ଗି ଦିଆଯାଇପାରିଛି।

ପୃଥିବୀକୁ ଗ୍ରହାଣୁ ଧକ୍କାରୁ ବଞ୍ଚାଇବା ପାଇଁ ଏହିଭଳି ଅନେକ କାର୍ଯ୍ୟକ୍ରମ ବୈଜ୍ଞାନିକ ମାନେ ହାତକୁ ନେଇଛନ୍ତି। ଆମେ ଏବେ ସ୍ଥିର ନିଶ୍ଚିନ୍ତ ଯେ ନିକଟ ଭବିଷ୍ୟତରେ ଗ୍ରହାଣୁ ଧକ୍କାରେ ପୃଥିବୀର କୌଣସି ବିପୁଳ କ୍ଷୟକ୍ଷତି ହେବ ତେଣୁ ସେଥିପାଇଁ  ଆମର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପ୍ରାକ୍ତନ ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଞ୍ଚଲିକ ବିଜ୍ଞାନ କେନ୍ଦ୍ରରେ  ଛାତ୍ରୀ ଛାତ୍ର ମାନଙ୍କ ପାଇଁ ଏକ ଆଲୋଚନା ଚକ୍ରର ଆୟୋଯନ କରାଯାଇଛି ଏବଂ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ସମ୍ପର୍କରେ ଆଲୋଚନା ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories