ବାସୁଦେବପୁର : ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା ପ୍ରତିବାଦରେ ଶୁକ୍ରବାର ବାସୁଦବେପୁର ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ବାସୁଦେବପୁର ପ୍ରେସ୍ କ୍ଲବର ସଭାପତି ରମାକାନ୍ତ ବାରିକଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ମିଳିତ ଭାବରେ ପ୍ରେସ୍ କ୍ଲବରୁ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଅବସରରେ ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାଥ, ସୂର୍ଯ୍ୟଦୋୟ ବିଶ୍ୱାଳ, ମହେଶ୍ୱର ଧଳ, ଗୌତମ କୁମାର ଦେ, ପ୍ରସାନ୍ତ ଦାସ, ଦେବାଶିଷ ମହାନ୍ତି, ତୁଳସୀ କଲ୍ୟାଣ ବେହେରା, ସତ୍ୟକାନ୍ତ ନାୟକ, ସତ୍ୟସୁନ୍ଦର ରାଉତ, କିରିଟି ଦାସ, ଅମରନାରାୟଣ ମହାନ୍ତି, ବୃନ୍ଦାବନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



