www.samajalive.in
Monday, December 8, 2025
13.1 C
Bhubaneswar

କଳାହାଣ୍ଡି ଆମ୍ବ ବଗିଚାରୁ ଦୁବାଇକୁ ରପ୍ତାନୀ ହେଲା ଆମ୍ବ 

ନର୍ଲା: କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡ଼ା ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ ସାଡ଼ିଂତରା। ସେହି ମାଟିର ସନ୍ତାନ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳି ମାଝୀ। ଶ୍ରଦ୍ଧାଞ୍ଜଳିଙ୍କ ୨୫ ଏକର ପରିମିତ ଆମ୍ବ ବଗିଚାରେ ରହିଛି ୨୫୦ ଆମ୍ରପଲ୍ଲି, ୪୫ ମଲ୍ଲିକା କିସମ ଆମ୍ବ ଗଛ। ୨୦୦୬-୦୭ରୁ ବଗିଚା ଆରମ୍ଭ ହୋଇଥିବାବେଳେ ପୂର୍ବରୁ କିଲୋ ପିଛା ୧୨ ଟଙ୍କା ଦରରେ ବିକ୍ରୟ କରି ବେଶ୍ ଲାଭବାନ ହୋଇଛନ୍ତି। ୨୧-୨୨ରେ ୫୦ ଟନ୍ ବାବଦକୁ ୪ ଲକ୍ଷ, ୨୨-୨୩ ରେ ୩୮ ଟନ ବାବଦକୁ ୫ ଲକ୍ଷ ରୋଜଗାର କରିଥିବାବେଳେ ୨୩-୨୪ରେ ୫୫ ଟନ ଆମ୍ବ ଉତ୍ପାଦନ ହୋଇଛି। କିଲୋ ପିଛା ୫୫ ଟଙ୍କାରେ ଆମ୍ରପଲୀ ଦୁବାଇକୁ ରପ୍ତାନୀ ହୋଇଛି, ଯାହାର ମୂଲ୍ୟ ୬ ଲକ୍ଷରୁ ଟଙ୍କାରୁ ଊର୍ଦ୍ଧ୍ବ। ପୂର୍ଣ୍ଣଚନ୍ଦ୍ର ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଓ ଭୁବନେଶ୍ୱରରେ ତାଙ୍କର ନିଜସ୍ଵ ଏକ ଷ୍ଟଲ୍ ରହିଛି। ନିଜର ଆପ୍ରାଣ ଉଦ୍ୟମରେ ସେ ନିଜ ଜମିରେ ସୃଷ୍ଟି କରିଛନ୍ତି ଆମ୍ବ ବଗିଚା। ବିଭିନ୍ନ ପ୍ରକାରର ଆମ୍ବରେ ଭରପୁର ବଗିଚା ଆଜି ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଇଛି ଯଥେଷ୍ଟ ଆମଦାନୀ। କେବଳ ସେତିକି ନୁହେଁ ଆମଦାନୀ ସହ ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ ଆଜି ସେ ନିଜର ପରିଚୟ ବିଦେଶରେ ସୃଷ୍ଟି କରିପାରିଛନ୍ତି। ତାଙ୍କ ବଗିଚାରୁ ବହୁ ପରିମାଣର ଆମ୍ବ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ରପ୍ତାନୀ ହୋଇ ଆସୁଥିବାବେଳେ ଚଳିତ ବର୍ଷ ବିଦେଶ ଦୁବାଇକୁ ରପ୍ତାନୀ ହେଉଛି। ମଙ୍ଗଳବାର ତାଙ୍କ ବଗିଚାରୁ ଆମ୍ବ ନେବା ପାଇଁ ସାନ୍ ଟ୍ରେଡର୍ସ ଭୁବନେଶ୍ୱରରୁ ସୁବ୍ରତ ଘୋଷ ଆସିଥିବାବେଳେ ଏହା ପିଏଏ ଫୁଡ୍ ଷ୍ଟୁଫ୍ ଟ୍ରେଡିଙ୍ଗ ଦୁବାଇକୁ ଯିବ। ଶ୍ରଦ୍ଧାଞ୍ଜଳି ଆଜିର ଦୁନିଆରେ ଯୁବ ଚାଷୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories