www.samajalive.in
Monday, December 8, 2025
27.1 C
Bhubaneswar

ଏନଟିଏ ପରୀକ୍ଷା ବିବାଦ, ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ

ଡେସ୍କ: ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଜରିଆରେ ପରୀକ୍ଷାକୁ ସ୍ୱଚ୍ଛ, ସୁରୁଖୁରୁରେ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି। କମିଟିର ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନ କହିଛନ୍ତି ଯେ କମିଟିର ପ୍ରଥମ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ପରାମର୍ଶ ସଂଗ୍ରହ କରିବା, ଯେଉଁଥିପାଇଁ କମିଟି ସେମାନଙ୍କ ସହ ଆଲୋଚନା କରିବ। ରାଧାକ୍ରିଷ୍ଣନ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅସୁବିଧା ଓ ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ କମିଟି ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବାକୁ ବିଚାର କରୁଛି।

ଭିତରକନିକାରେ ଭାସୁଛି କୁମ୍ଭୀର ମୃତଦେହ

- Advertisement -

ନିକଟରେ ସରକାର ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଦକ୍ଷତା ବୃଦ୍ଧି ଏବଂ ଉଲ୍ଲଂଘନକୁ ରୋକିବା, ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି ଆଣିବା ଏବଂ ଏଜେନ୍ସିର ଢାଞ୍ଚା ଏବଂ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଏନଟିଏର ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ସୁପାରିଶ କରିବାକୁ ଏହାକୁ ଦାୟିତ୍ୱ ଦିଆଯାଇଛି। ଏହି ପ୍ୟାନେଲ ପ୍ରଚଳିତ ପ୍ରକ୍ରିୟାଗୁଡ଼ିକର ମୂଲ୍ୟାଙ୍କନ କରିବ, ଉନ୍ନତି ପାଇଁ ପରାମର୍ଶ ଦେବ ଏବଂ ଏନଟିଏର ସ୍ପଷ୍ଟ ଭୂମିକା ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବ। ଏହି କମିଟି ବର୍ତ୍ତମାନର ଅଭିଯୋଗ ସମାଧାନ ବ୍ୟବସ୍ଥାର ଆକଳନ କରିବ ଏବଂ ଉନ୍ନତି ପ୍ରସ୍ତାବ ଦେବ। ଏହି କମିଟିକୁ ଶିକ୍ଷା ମନ୍ତ୍ରଣାଳୟକୁ ରିପୋର୍ଟ ଦେବା ପାଇଁ ୨ ମାସ ସମୟ ଦିଆଯାଇଛି।

‘ଆଇ ଆମ୍ ସରି ପାପା..’ ୮ମ ମହଲାରୁ ଡେଇଁ ପଡିଲେ ଯୁବତୀ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories