‘ଆଇ ଆମ୍ ସରି ପାପା..’ ୮ମ ମହଲାରୁ ଡେଇଁ ପଡିଲେ ଯୁବତୀ
ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌର ସହରରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ଅଷ୍ଟମ ମହଲାରୁ କୁଦି ଆତ୍ମହତ୍ୟା କରିଛନ୍ତି । ମୃତକ ୩୭ ବର୍ଷୀୟା ସୁରଭି ଜୈନ ବୋଲି ଜଣା ପଡିଛି । ଆତ୍ମହତ୍ୟା ପୂର୍ବରୁ ସେ ନିଜ ପିତାଙ୍କୁ ଭାବୁକ ସୁଇସାଇଡ୍ ନୋଟ୍ ଲେଖିଥିଲେ । କହିରଖୁଛୁ ସୁରଭି ଟିସିଏସ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ ।
ଘଟଣାଟି ଇନ୍ଦୌରର ବିଜୟ ନଗର ଅଞ୍ଚଳରେ ଘଟିଛି । ସୁରଭି ଜୈନ ନିଜ ପିତା-ମାତାଙ୍କ ସହ ରହୁଥିଲେ । କିନ୍ତୁ ସୋମବାର ସେ ବିସିଏମ୍ ହାଇଟ୍ସର ୮ମ ମହଲାରୁ କୁଦିପଡିଛନ୍ତି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସୁରଭି ଆତ୍ମହତ୍ୟା ପୂର୍ବରୁ ନିଜ ପିତା ଅଶୋକ କୁମାର ଜୈନଙ୍କ ପାଇଁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ଲେଖା ଥିଲା – ଆଇ ଆମ୍ ସରି ପାପା… ଅନ୍ୟପଟେ ପିତାଙ୍କ କହିବାନୁସାରେ ସେ ମାନସିକ ଅବସାଦରେ ରହୁଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ସୁରଭି ତାଙ୍କର ଏକମାତ୍ର ଝିଅ ଥିଲେ । ସୋମବାର ସେ ଘରୁ ଅଫିସକୁ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ ଏବଂ ବିସିଏମ୍ ହାଇଟ୍ସରୁ ଡେଇଁପଡିଥିଲେ । ଛାତ ଉପରୁ ତାଙ୍କ ଫୋନକୁ ପାଇଛି ପୁଲିସ ।
ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି
ସୁରଭି ବିବାହିତ ଏବଂ ନିକଟରେ ତାଙ୍କର ଛାଡପତ୍ର ହୋଇଥିଲା । ସେ ଅନୁପ ନଗର ଏନଆଇଜିରେ ରହୁଥିଲେ । କୁହାଯାଉଛି କି ସେ ଛାଡପତ୍ର ଯୋଗୁଁ ଅବସାଦରେ ରହୁଥିଲେ । ଯାଞ୍ଚ ସମୟରେ ସାମ୍ନାକୁ ଆସିଛି ଯେ ସେ ଆତ୍ମହତ୍ୟା ପୂର୍ବରୁ ନିଜ ସମସ୍ତ ଗହଣା ପିତା-ମାତାଙ୍କୁ ପ୍ରଦାନ କରିଛନ୍ତି ।
Comments are closed.