www.samajalive.in
Tuesday, December 9, 2025
16.1 C
Bhubaneswar

କୋମାରେ କ୍ରାଇମବ୍ରାଞ୍ଚ ; ୩୧ରେ କାର୍ଯ୍ୟାଳୟ ଘେରିବ ବିଜେପି

ଭୁବନେଶ୍ୱର :ପିପିଲି ଗଣବଳାତ୍କାର ମାମଲାରେ ଅଭିଯୁକ୍ତମାନେ ନି​ର୍ଦୋଷରେ ଖଲାସ ହେବା ପଛରେ କ୍ରାଇମବ୍ରାଞ୍ଚର ହାତ ରହିଛି। କ୍ରାଇମବ୍ରାଞ୍ଚ ଦୋଷୀକୁ ଧରିବା ଅପେକ୍ଷା ଖସାଇବା ପାଇଁ ଯେପରି ତତ୍ପର ଥିଲା ସେଥିରୁ ଜଣାପଡୁଛି କି ଏ ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। କ୍ରାଇମବ୍ରାଞ୍ଚ ଏବେ କୋମାକୁ ଚାଲି ଯାଇଛି। ତେଣୁ ଏହାର ଅପାରଗତା ନେଇ ଚଳିତମାସ ୩୧ରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଘେରାଉ କରାଯିବ ବୋଲି ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ଶ୍ରୀମତୀ ପରିଡା କହିଛନ୍ତି ଯେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ଜାତି ପ୍ରତି ସମ୍ବେଦନହୀନ ବୟାନ ଦେବା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ସୁରକ୍ଷା ଯୋଗାଇଛନ୍ତି। ଏଥିରୁ ଜଣାପଡୁଛି କି, ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବଳତ୍କାରୀ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି। ଯେଉଁଥିପାଇଁ ଆଜି ଦୋଷୀ ଖସିଗଲା ଏବଂ ଜଣେ ନିରୀହି ଝିଅ ନ୍ୟାୟ ପାଇବାରୁ ବଞ୍ଚିତ ହେଲା। କୁନ୍ଦୁଲି ଗଣବଳାତ୍କାର ମାମଲାରେ ବି କ୍ରାଇମବ୍ରାଞ୍ଚ ପୀଡିତାଙ୍କୁ ନ୍ୟାୟ ଦେବ କ’ଣ ବରଂ ଧର୍ଷଣକାରୀଙ୍କ ସପକ୍ଷରେ କାମ କରୁଥିଲା ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ କାର୍ଯ୍ୟକଳାପକୁ ଦେଖିଲେ ଲାଗୁଛି ଯେ, ମା’ ଭଉଣୀଙ୍କର ଇଜ୍ଜତକୁ ସୁରକ୍ଷା ନଦେବା ପାଇଁ ଯେପରି ସେମାନେ ବଦ୍ଧପରିକର। ଏପରି ନିଷ୍କ୍ରିୟତା ଏବଂ ମହିଳା ବିରୋଧୀ ଆଚରଣ ପାଇଁ ଆସନ୍ତା ୩୧ ତାରିଖ ସୋମବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ରାଇମବ୍ରାଞ୍ଚ ଅଫିସ ଘେରାଉ କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories