www.samajalive.in
Monday, December 8, 2025
20.1 C
Bhubaneswar

ଇସ୍ରୋ ପକ୍ଷରୁ ‘ପୁଷ୍ପକ’ର ଅନ୍ତିମ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶ ଅଭିଯାନରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରବିବାର ଇସ୍ରୋ ପକ୍ଷରୁ ପ୍ରସ୍ତୁତ ପୁନଃ ବ୍ୟବହାରକ୍ଷମ ଉତ୍‌କ୍ଷେପଣ ଯାନ (ରିଇୟୁଜେବୁଲ ଲଞ୍ଚ୍‌ ଭେହିକଲ) ‘ପୁଷ୍ପକ’ର ତୃତୀୟ ତଥା ଅନ୍ତିମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ରବିବାର ସକାଳ ୭ଟା ୧୦ ମିନିଟ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜ୍‌ରେ ଭୂପୃଷ୍ଠରୁ ୪.୫ କିମି ଉପରୁ ଭାରତୀୟ ବାୟୁସେନାର ଲଢୁଆ ଚିନୁକ୍‌ ହେଲିକପ୍ଟରରୁ ପୁଷ୍ପକକୁ ଖସାଇ ଦିଆଯାଇଥିବାବେଳେ ଏହା ସଫଳତାର ସହ ନିର୍ଦ୍ଧାରିତ ରନ୍‌ୱେରେ ଅବତରଣ କରିଛି। ସମ୍ପୂର୍ଣ୍ଣ ସ୍ବଦେଶୀ କାରିଗରୀ କୌଶଳରେ ନିର୍ମିତ ଏହି ଯାନ ଆଗାମୀ ଦିନରେ ଭାରତର ମହାକାଶ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି। ବର୍ତ୍ତମାନ ପୃଥିବୀ କକ୍ଷପଥରୁ ଏହାର ଅବତରଣ ପ୍ରକ୍ରିୟା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଉପଗ୍ରହଗୁଡିକୁ ମହାକାଶରେ ପହଞ୍ଚାଇବାକୁ ପୁଷ୍ପକ ବ୍ୟବହାର କରାଗଲେ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ତେବେ କକ୍ଷପଥରୁ ପୃଥିବୀକୁ ପୁନଃ ପ୍ରବେଶ ନିମନ୍ତେ ପୁଷ୍ପକ ଯାନର ବାହ୍ୟ ଆସ୍ତରଣରେ ତାପମାତ୍ରାକୁ ନିୟନ୍ତ୍ରଣ କରିପାରୁଥିବା ଟାଇଲ ଖଞ୍ଜାଯିବା ସହ ଲିକ୍ୟୁଇଡ୍‌ ରକେଟ ଇଞ୍ଜିନ ଏବଂ ରିଟ୍ରାକ୍ଟବୁଲ ଲ୍ୟାଣ୍ଡିଂ ଗିୟର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିସହିତ ଉପଗ୍ରହ ରଖିବାକୁ ପୁଷ୍ପକରେ ଏକ କବାଟ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ସାଧାରଣତଃ ଲଢୁଆ ବିମାନଗୁଡିକ ଅବତରଣ ସମୟରେ ଘଣ୍ଟା ପ୍ରତି ୨୮୦ କିମି ବେଗରେ ଯାତ୍ରା କରୁଥିବାବେଳେ ପୁଷ୍ପକ ଯାନ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଅବତରଣ କରିଛି। ତେବେ ବ୍ରେକ୍‌ ପାରାଚ୍ୟୁଟ୍‌ କାର୍ଯ୍ୟକାରୀ କରାଯିବା ପରେ ଏହାର ବେଗ ଘଣ୍ଟା ପ୍ରତି ୧୦୦ କିମିକୁ ହ୍ରାସ ପାଇଥିଲା। ପୁଷ୍ପକ ଯାନ ନିର୍ମାଣ ପ୍ରକ୍ରିୟା ପାଇଁ ୧୦ ବର୍ଷ ସମୟ ଲାଗିଥିବାବେଳେ ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories