ମିଳିଥିବା ପର୍ସ ଫେରାଇ ବଦାନ୍ୟତାର ପରିଚୟ ଦେଲା ଅତାବିରା ଲାୟନ୍ସ କ୍ଳବ

ରେଙ୍ଗାଲିକ୍ୟାମ୍ପ: ବରଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଧାତୁକପାଲିର ଶମ୍ଭୁ ପ୍ରସାଦ ଦୋରା ନାମକ ଜଣେ ବ୍ୟକ୍ତି ତାଙ୍କ ପର୍ସ୍ ହଜାଇ ଦେଇଥିଲେ । ଅତାବିରା ବସଷ୍ଟାଣ୍ଡଠାରେ ଲାୟନ୍ସ କ୍ଲବର ସୋମନାଥ ପଟ୍ଟନାୟକ ଓ ବିନୟ କୁମାର ଦାଶ ଉକ୍ତ ପର୍ସଟିକୁ ପାଇଥିଲେ । ପର୍ସରେ ଆଧାର କାର୍ଡ, ଏଟିଏମ, ପାନକାର୍ଡ, ଡିଏଲ ଓ ନଗଦ ୮୦୦ ଟଙ୍କା ରହିଥିଲା । ଆଧାର କାର୍ଡର ଠିକଣା ଦେଖି ସଙ୍ଗେ ସଙ୍ଗେ ଫୋନ କରି ତାଙ୍କୁ ଜଣାଇଥିଲେ । ପର୍ସ ହଜାଇଥିବା ବ୍ୟକ୍ତି ଶ୍ରୀ ଦୋରା ଆସିବା ପରେ ପୁଲିସ ସାମ୍ନାରେ ତାଙ୍କର ସମସ୍ତ ମୂଲ୍ୟବାନ କାଗଜ ପତ୍ର ଓ ଟଙ୍କା ସହ ପର୍ସଟିକୁ ତାଙ୍କୁ ଦେଇଥିଲେ । ତାଙ୍କର ସମସ୍ତ ମୂଲ୍ୟବାନ କାଗଜ ପତ୍ର ହଜେଇ ବଡ ଚିନ୍ତିତ ଓ ଦୁଃଖିତ ଥିଲେ, କିନ୍ତୁ ତାକୁ ପାଇବା ପରେ ସେ ଅତ୍ୟନ୍ତ ଖୁସି ହୋଇଥିଲେ। ସେ ଲାୟନ୍ସ କ୍ଳବ୍ର ଏପରି ବଦାନ୍ୟତାକୁ ପ୍ରଶଂସା କରିବା ସହ ବିନୟ ଓ ସୋମନାଥଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Comments are closed.