www.samajalive.in
Tuesday, December 9, 2025
16.1 C
Bhubaneswar

କୁଏତ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୧୨.୫ ଲକ୍ଷ ଟଙ୍କା ଲେଖାଏଁ ଦେବେ କୁଏତ ସରକାର

କୁଏତ ସିଟି: ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନ୍‌ଗଫ୍‌ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫,୦୦୦ ଆମେରିକୀୟ ଡଲାର(୧୨.୫ ଲକ୍ଷ ଟଙ୍କା)ର କ୍ଷତିପୂରଣ ଦେବେ କୁଏତ ସରକାର। ଏହି ଅଗ୍ନିକାଣ୍ଡରେ ୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୪୬ ଜଣ ଭାରତୀୟ ଥିଲେ। କୁଏତ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସୂଚନା ମୁତାବକ, କ୍ଷତିପୂରଣ ରାଶି ଦୂତାବାସକୁ ପଠାଇ ଦିଆଯିିବ।

କୁଏତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜୁନ୍ ୧୨ରେ ମନ୍‌ଗଫ୍‌ ସହରର ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତଳ ମହଲାରେ ଥିବା ଗାର୍ଡ଼ଙ୍କ କୋଠରୀରେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଇରାନରେ ଭୂକମ୍ପ: ୪ ମୃତ, ୧୨୦ ଆହତ

- Advertisement -

ଏହା ପୂର୍ବରୁ ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଭାରତ ସରକାର। ଗତ ସପ୍ତାହରେ କେରଳ ସରକାର ମଧ୍ୟ ଘୋଷଣା କରିଥିଲେ ଯେ, ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ଲୋକଙ୍କ ପରିବାର ଏବଂ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳ ବାସିନ୍ଦା ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories