www.samajalive.in
Monday, December 8, 2025
27.1 C
Bhubaneswar

ବାଲେଶ୍ବର ସହରରେ ଆଜି ମଧ୍ୟରାତ୍ର ଯାଏଁ କର୍ଫ୍ୟୁ: ଇଣ୍ଟରନେଟ୍ ସେବା ବନ୍ଦ

ବାଲେଶ୍ୱର : ବାଲେଶ୍ବର ସହରରେ କୌଣସି ଏକ ପ୍ରସଙ୍ଗକୁ ନେଇ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ। ପୁଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି। ସୋମବାର ବିଳମ୍ବିତ ରାତିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଜାରି କରାଯାଇଥିବା ସାନ୍ଧ୍ୟ ଆଇନ (କର୍ଫ୍ୟୁ) ମଙ୍ଗଳବାର ବଳବତ୍ତର ରହିଛି। ​ଏହାକୁ ଆଜି  ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଯାଇଛି। ଉପଦ୍ରବକାରୀଙ୍କ ଉପରେ ନିୟନ୍ତ୍ରଣ ରଖିବା ଓ କୌଣସି ପ୍ରକାର ଉତ୍ତେଜନା ଯେଭଳି ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟିଦେଇ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ସହରର ସୁନହଟ ତଥା ପାତ୍ରପଡ଼ା ଅଞ୍ଚଳରେ ପ୍ରଥମେ ୧୪୪ ଧାରା ଲାଗୁ କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସୁଏଲପୁର ମାଣିଖମ୍ବ ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ସକ୍ରିୟ ହେବା ସାଙ୍ଗକୁ କେତେକ ସ୍ଥାନରେ ଭଙ୍ଗାରୁଜା କରିବା କାରଣରୁ ସମଗ୍ର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଇକ ଯୋଗେ ବାଲେଶ୍ବର ସହରର ପ୍ରତିଟି ଅଞ୍ଚଳରେ ଏହି କର୍ଫ୍ୟୁ ସମ୍ପର୍କରେ ପ୍ରଚାର କରାଯାଇଛି। ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ୪୦ ପ୍ଲାଟୁନରୁ ଅଧିକ ପୁଲିସ ଓ ସୁରକ୍ଷାବଳ ମୁତୟନ ହୋଇଥିବା ବେଳେ ଅପରାହ୍ଣରେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ପୂର୍ବାଞ୍ଚଳ ଜୋନ୍‌ ଆଇଜି ଦୀପକ କୁମାର ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ପୁଲିସ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି। ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୭ଟି ମାମଲାରେ ମୋଟ ୪୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର ନିର୍ଦେଶ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories