www.samajalive.in
Monday, December 8, 2025
27.1 C
Bhubaneswar

୧୦୪ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଫୁଲବାଣୀ: ନିର୍ବାଚନ ପାଇଁ କିଛିଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଆରମ୍ଭ କରିଛି ଚୋରା ଗଂଜେଇ ଜବତ ଅଭିଯାନ। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଂଚଳରୁ ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଏହି ଅପରେସନ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପାଇଁ କିଛିଦିନ ଏହି ଅଭିଯାନ ବନ୍ଦ ରହିଥିଲା। ନିର୍ବାଚନ ପରେ ଗୋଛାପଡା ପୋଲିସ ପୁଣିଥରେ ଏହି ଅଭିଯାନ ଆରମ୍ଭ କରିଛି। ଗୋଟିଏ ଦିନରେ ପୋଲିସ ଏକ ଅଟୋ ଓ ଏକ ବାଇକ ସହ ୧୦୪ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସର ସୂଚନା ଅନୁସାରେ ଗତକାଲି ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ଏସଏଇ ସୃତି ସାମଲଙ୍କ ନେତୃତ୍ୱରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଶଳାଗୁଡା ଛକ ନିକଟରୁ ଏକ ମୋଟର ସାଇକେଲରୁ ୨୪ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଠିକ ସେହିପରି ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ କିଲୁପାଙ୍ଗା ଗାଁ ନିକଟ ମୁଖ୍ୟରାସ୍ତାରୁ ଏକ ଓଟୋରୁ ୮୦ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ମଧ୍ୟ୍ୟ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଦ୍ୟରୁ ଜଣେ ଶଳାଗୂଦା ଗାଁର ଅନିଲ ଦିଗାଲ ବୋଲି ଜଣାପଡିଥିବା ବେଳେ ଅଟୋରେ ଜବତ ହୋଇଥିବା ଗଞ୍ଜେଇ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗାଡିପଦର ଗାଁର ଡ୍ରାଞ୍ଜି ଦିଗାଲ ବୋଲି ଜଣାପଡିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories