www.samajalive.in
Monday, December 8, 2025
27.1 C
Bhubaneswar

ସେଲ୍‌ଫି ନେବା ହେଲା କାଳ: ଜଳପ୍ରପାତରେ ବୁଡ଼ି ଦୁଇଭାଇ ମୃତ

ଗୋବିନ୍ଦପାଲ୍ଲୀ : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଡ଼କାପଦର ପଞ୍ଚାୟତ ଅନ୍ତର୍ଗତ ଗୁମ୍ମାଝରଣ ଜଳପ୍ରପାତରେ ଏକ ଅଭାବନୀୟ ଘଟଣା ଘଟିଛି। ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ବୁଡ଼ି ଦୁଇଭାଇଙ୍କ ଜୀବନ ଚାଲିଯାଇଛି। ସେମାନେ ହେଲେ କୋରାପୁଟ ଜିଲା ଜୟପୁର ବାଇପାସ୍‌ ରୋଡ୍‌ ଅଞ୍ଚଳର ବଡ଼ଭାଇ ପ୍ରଦୀପ ସାହୁ  ଓ ସାନଭାଇ ସନ୍ଦୀପ ସାହୁ । ସେମାନେ ପରିବାର ସହ ଉକ୍ତ ସ୍ଥାନକୁ ବଣଭୋଜି କରିବାକୁ ଆସିଥିଲେ। ଝରଣାରେ ଗାଧୋଇବା ସହ ସେଲ୍‌ଫି ନେବା ସମୟରେ ଅସାବଧାନତାରୁ ଦୁଇ ଜଣ ବୁଡି ଯାଇଥିଲେ। ପାଖରେ ଥିବା ପରିବାର ଲୋକେ କିଛି ଉପାୟ ନପାଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ନିକଟରେ ଥିବା ଗାଁ ଲୋକେ ଆସି ଦୁଇଭାଇଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣଙ୍କୁ ସଙ୍ଗେ ସଙ୍ଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇଭାଇଙ୍କୁ ମୃତ ଘୋଷଣା କରିଥିଲେ। ମାଥିଲି ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲେ। ଗୁମ୍ମାଝରଣ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଦିନକୁ ଏପରି ଘଟଣା ବଢ଼ିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏଠାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories