www.samajalive.in
Wednesday, December 10, 2025
18.1 C
Bhubaneswar

ରଜ ମହୋତ୍ସବ: ମନଜିଣିଛି ପାରମ୍ପରିକ ରଜ ଦୋଳି ସାଙ୍ଗକୁ ହସ୍ତଶିଳ୍ପ ମେଳା, ଲୋକକଳାର ସଂରକ୍ଷଣ କରାଯାଇ ପାରିଲେ ସଂସ୍କୃତି ସମୃଦ୍ଧ ହେବ

କେନ୍ଦୁଝରଗଡ଼: କାଳୀପଡିଆରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦଶମ ରଜ ମହୋତ୍ସବର ଶନିବାର ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ମହୋତ୍ସବକୁ ଦ୍ୱିଗୁଣିତ କରିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ କେନ୍ଦୁଝର ସହର ସମେତ ସହର ଉପକଣ୍ଠ ଗ୍ରାମର ମହିଳା ଓ ଯୁବ ଗୋଷ୍ଠୀ ମହୋତ୍ସବକୁ ଆନନ୍ଦ ଉଲ୍ଲାସର ସହ ବେଶ୍‌‌ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ବିଶେଷକରି ରଜ ଦୋଳି ସାଙ୍ଗକୁ କାଳୀପଡିଆରେ ପ୍ରଦର୍ଶିତ ହସ୍ତଶିଳ୍ପ ମେଳା ଲୋକଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। ମହୋତ୍ସବକୁ ଉପଭୋଗ କରିବା ପାଇଁ ବିଶେଷକରି ସହରୀ କୁମାରୀଙ୍କ ମନରେ ବେଶ୍‌‌ ଉତ୍ସାହ ଦେଖାଦେଇଛି। ରଜ ମହୋତ୍ସବ କମିଟି ସଭାପତି କୃଷ୍ଣ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ରଜ ମହୋତ୍ସବ ଜିଲାର ସଂସ୍କୃତି, ପ୍ରଥା ଓ ପରମ୍ପରାକୁ ବଜାୟ ରଖିବାରେ ଯେତିକି ସକ୍ଷମ ହୋଇପାରିଛି ତା’ଠାରୁ ଅଧିକ ଭାଇଚାର ସୃଷ୍ଟି କରିପାରିଛି। ମହୋତ୍ସବର ପ୍ରତି ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ଆୟୋଜିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବକୁ ଦ୍ୱିଗୁଣିତ କରିଛି। ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ମେଳାରେ ମହୋତ୍ସବସ୍ଥଳରେ ଭଳିକି ଭଳି ଦୋଳି ଖେଳର ମଜା ସାଙ୍ଗକୁ ଖାଦ୍ୟ ମେଳାରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ରଜ ପାନ ଖାଇ ରଜ ମଜା ନେବା ପାଇଁ ବିଶେଷକରି ଯୁବଗୋଷ୍ଠୀ ଓ ମହିଳାମାନଙ୍କ ଅପରାହ୍ନରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେଶ୍‌‌ ଭିଡ ଜମିଥିବା ଦେଖିବାକୁ ମିଳିଛି।

ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ଗ୍ରାମ ପୋଇତୋଟାରେ ଅନୁଷ୍ଠିତ ରଜ ମହୋତ୍ସବର ଶନିବାର ଦ୍ୱିତୀୟ ଦିନରେ ପାଖ ଆଖ ଗାଁର ଦୋଳିଗୀତ ପ୍ରେମୀ ଯୋଗଦେଇ ରଜ ଦୋଳି ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆୟୋଜକ କମିଟି ସଦସ୍ୟା କଳ୍ପନା ଦେଓ ଓ ପ୍ରିୟମ୍ବଦା ମହାନ୍ତଙ୍କ ତତ୍ତ୍ୱ।।ବଧାନରେ କେବଳ ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, ହାଣ୍ଡି ପିଟା, ଦଉଡିଟଣା, ଆଳୁ ଚାମଚ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଋଷିନାଥ ମହାନ୍ତ, ଗାଲମାଧବ ପଲେଇ, ରସାନନ୍ଦ ଘଣା, ଭୀମସେନ ନାଏକ, ଶରତ ମହାନ୍ତ, ବୀରେନ୍ଦ୍ର ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିଙ୍କୁ ଉତ୍ସାହିତ କରିବା ସହ ଲୋକକଳାର ସଂରକ୍ଷଣ କରାଯାଇ ପାରିଲେ ସଂସ୍କୃତି ସମୃଦ୍ଧ ହେବବୋଲି ମତବ୍ୟକ୍ତ କରିଥିଲେ। କେନ୍ଦୁଝର ସମେତ ସୁନ୍ଦରଗଡ, ମୟୂରଭଞ୍ଜ ଓ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ସିଂହଭୂମ ଜିଲାର ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହାକୁ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ରଜ ମହୋତ୍ସବ କମିଟି ଓ ସାର୍ବଜନୀନ ଦୁର୍ଗା ପୂଜା କମିଟି ସଦସ୍ୟା ସୁମିତ୍ରା ଦଣ୍ଡପାଟ, ସରୋଜିନୀ ନାଏକ, ପୁଷ୍ପାଞ୍ଜଳି ବେହେରା, ଶୈଳବାଳା ପରିଡ଼ା, ସଦସ୍ୟ ରଣଜିତ ନାଏକ, ହାଡିବନ୍ଧୁ ନାଏକ, ଶମ୍ଭୁନାଥ ନାଏକ, ମୋହନ ପାତ୍ର, ନବୀନ କୁମାର ପଲେଇ, ରଞ୍ଜନ କୁମାର ବେହେରା, ପ୍ରଦୀପ କୁମାର ବେହେରା, କେଶବ ନାଏକ, ଜୀବନ କୁମାର ନାଏକ, ରଞ୍ଜନ କୁମାର ମହାନ୍ତ ଓ ସହଦେବ ମହାନ୍ତ ପ୍ରମୁଖ ସହାୟତା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories