www.samajalive.in
Wednesday, December 10, 2025
26.1 C
Bhubaneswar

ଟାଟାର ଏହି ଦୁଇ ଇଲେକ୍ଟ୍ରି କାର୍‌କୁ ୫ ଷ୍ଟାର ସେଫ୍ଟି ରେଟିଙ୍ଗ୍‌

ନୂଆଦିଲ୍ଲୀ – ଇଲେକ୍ଟ୍ରିକ୍‌ କାର୍‌ କିମ୍ବା ଦୁଇଚକିଆ ଯାନ ନେବା ସମୟରେ ଅନେକ ଲୋକ ଏହା ସୁରକ୍ଷିତ କି ନାହିଁ ତାହା ଭାବି ଥାଆନ୍ତି । ବେଳେ ବେଳେ କାର୍‌ କିମ୍ବା ଦୁଇ ଚକିଆ ଯାନରେ ନିଆଁ ଲାଗିବାର ସମ୍ଭାବନା ଥାଏ । ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଏବେ କାର୍‌ ନିର୍ମାତାମାନେ ବିଶେଷ ଧ୍ୟାନଦେଉଛନ୍ତି । ଏବେ ତିଆରି ହେଉଥିବା ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‌ ଯାନମାନଙ୍କରେ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଟାଟାର ଲୋକପ୍ରିୟ ବୈଦ୍ୟୁତିକ୍‌ କାର୍‌ ଟାଟା ପଞ୍ଚ୍‌ ଇଭି ଏବଂ ନେକ୍ସନ ଇଭିକୁ   ଏନକୈପ୍‌ କ୍ରାଶ୍‌ ଟେଷ୍ଟରେ ୫ ଷ୍ଟାର ସେଫ୍ଟି ରେଟିଂ ମିଳିଛି । ଏହା ଇଭି କାର୍‌ ପ୍ରେମୀଙ୍କ ପାଇଁ ଏକ ଖୁସୀ ଖବର । ଏବେ ଏହି ଦୁଇଟି ଇଭି ଦେଶରେ ସର୍ବାଧିକ ରେଟିଂ ପାଇଥିବା ବୈଦ୍ୟୁତିକ ଯାନ ।

- Advertisement -

ଏବେ ପଞ୍ଚ୍‌ ଇଭି ନୂଆ ପ୍ରକରଣରେ ଉପଲବ୍ଧ । ଏହାର ବାହାରର ଲୁକ୍‌କୁ ନୂଆ ରୂପ ଦିଆଯାଇଛି । ଏନକୈପ୍‌ କ୍ରାଶ୍‌ ଟେଷ୍ଟରେ ଟାଟା ପଞ୍ଚ୍‌ ଇଭିକୁ ଏଡଲ୍ଟ ଅକ୍ୟୁପେଣ୍ଟ ପ୍ରୋଟେକ୍ସନ ବା ବୟସ୍କ ଯାତ୍ରୀଙ୍କ ସୁରକ୍ଷା ମାପଦଣ୍ଡରେ ୩୨ରୁ ୩୧.୪୬ ଅଙ୍କ ମିଳିଛି। ଚାଇଲ୍ଡ ଅକ୍ୟୁପେଣ୍ଟ ପ୍ରୋଟେକ୍ସନ ବା ଶିଶୁ ଯାତ୍ରୀଙ୍କ ସୁରକ୍ଷା ମାପଦଣ୍ଡରେ ୪୯ରୁ ୪୫ ଅଙ୍କ ମିଳିଛି ।

ନେକ୍ସନ ଇଭିକୁ ଏଡଲ୍ଟ ଅକ୍ୟୁପେଣ୍ଟ ପ୍ରୋଟେକ୍ସନ ବା ବୟସ୍କ ଯାତ୍ରୀଙ୍କ ସୁରକ୍ଷା ମାପଦଣ୍ଡରେ ୩୨ରୁ ୨୯.୮୬ ଏବଂ ଚାଇଲ୍ଡ ଅକ୍ୟୁପେଣ୍ଟ ପ୍ରୋଟେକ୍ସନ ବା ଶିଶୁ ଯାତ୍ରୀଙ୍କ ସୁରକ୍ଷା ମାପଦଣ୍ଡରେ ୪୯ରୁ ୪୪.୯୫ ଅଙ୍କ ମିଳିଛି । ଯାହା ଭାରତରେ ମିଳୁଥିବା ଇଭି କାର୍‌ ପାଇଁ ସବୁଠାରୁ ଭଲ ରେଟିଂ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories