ମାଲକାନଗିରି : ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଡିଆର୍ଜି ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଗୋଭେଲ ଜଙ୍ଗଲରେ ପୁଲିସର ତଲାସ ଅଭିଯାନବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ପୁଲିସର ସାମ୍ନା କରି ନ ପାରି ମାଓବାଦୀମାନେ ସେଠାରୁ ପଛଘୁଞ୍ଚା ଦେଇ ଲୁଚି ପଳାଇଥିଲେ। ଏହାପରେ ପୁଲିସ ପକ୍ଷରୁ ସେଠାରେ ପୁଣି ତଲାସୀ ଅଭିଯାନ କରାଯାଇଥିବାବେଳେ ୫ ମାଓବାଦୀଙ୍କ ମରଶରୀର ଉଦ୍ଧାର କରାଯାଇଛି। ଦନ୍ତେୱାଡ଼ା ଏସ୍ପି ଗୌରବ ରାୟ ଏବଂ ନାରାୟଣପୁର ଏସ୍ପି ପ୍ରଭାତ କୁମାର ଏହି ସୂଚନା ଦେବା ସହ ସୁରକ୍ଷାକର୍ମୀ ତଲାସୀ ଅଭିଯାନରୁ ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି।
Popular Categories



