www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ ଓଡ଼ିଶା ଲୋକସଭା ଆସନରେ କିଏ ଆଗରେ କିଏ ପଛରେ

ଭୁବନେଶ୍ୱର: ଓଡ଼ିଶା ଲୋକସଭାରେ ମୋଟ ୨୧ଟି ସିଟ ରହିଛି। ସେଥିମଧ୍ୟରୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି। ସବୁଠାରୁ ହାଇପ୍ରୋଫାଇଲ ଆସନ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଆଗୁଆ ରହିଛନ୍ତି। ଏଠାରେ ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଲଢେଇ କରୁଛନ୍ତି। ସେପଟେ କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଗୁଆ ରହିଛନ୍ତି। ଏଠାରେ ଅଂଶୁମାନ ମହାନ୍ତିଙ୍କ ସହ କଡା ଟକ୍କର ହେଉଛି।
ବରଗଡ ଆସନରେ ପ୍ରଦୀପ ପୁରୋହିତ, ଭୁବନେଶ୍ୱର ଆସନରେ ଅପରାଜିତା ଷଡଙ୍ଗୀ, ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଆଗୁଆ, କଳାହାଣ୍ଡିରେ ବିଜେପି ପ୍ରାର୍ଥୀ ମାଳବିକା ଦେଓ, କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସମାନ୍ତ, ଆସ୍କା ଲୋକସଭାରେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ଆଗୁଆ ରହିଛନ୍ତି। ଅନ୍ୟପଟେ କୋରାପୁଟରେ ସପ୍ତଗିରି ଉଲାକା ଆଗୁଆ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories