ଜିତୁଛି କିଏ ପୁରୀ,ଢେଙ୍କାନାଳ,କନ୍ଧମାଳ, କଟକ, ଆସ୍କା ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା- ଲୋକମତ ୨
ଓଡ଼ିଶାରେ ଚାରି ଟି ପର୍ଯ୍ୟାୟରେ ଶେଷ ହୋଇଛି ବିଧାନସଭା ଓ ଲୋକସଭା ନିର୍ବାଚନ। ଜୁନ ୪ରେ ଭୋଟ ଗଣତି । ତେବେ ଫଳାଫଳକୁ ନେଇ ଆକଳନ ସରୁନି । ପଲ୍ଲୀ ରୁ ନଗର ଯାଏ ସବୁଠି ଏବେ ସେଇ ଚର୍ଚ୍ଚା। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚଳତ ନିର୍ବାଚନରେ ଯେଭଳି ଟଣାଓଟରା ଓ ରଣନୀତ ଚାଲିଥିଲା ସେଥିରୁ ଫଳାଫଳକୁ ନେଇ ଭୋଟର ଦ୍ବନ୍ଦ୍ବରେ ରହିଛନ୍ତ। ଏହି ପରିପ୍ରେକ୍ଷୀରେ ଦୈନିକ ‘ସମାଜ’ ପକ୍ଷରୁ ବିଭିନ୍ନ ବର୍ଗଙ୍କୁ ନେ ଇ କରାଯାଇଛି ଓଡ଼ିଶା ର ସବୁଠାରୁ ବଡ଼ ନିରପେକ୍ଷ ଜନମତ ସର୍ବେକ୍ଷଣ । ରବିବାର ୭ ଲୋକସଭା ବରଗଡ଼, ସନ୍ଦରୁଗଡ଼, ସମ୍ବଲପରୁ , ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପରୁ ଓ କୋରାପଟୁ ର ଏବଂ ଏହି ଲୋକସଭା ଅନ୍ତର୍ଗତ ସମସ୍ତ ୪୯ଟି ବିଧାନସଭାର ଜନମତ ସର୍ଭେ ପ୍ରକାଶ ପାଇଥିଲା। ଆଜି ପୁଣି ୭ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୯ ବିଧାନସଭାର ଜନମତ ।
ବିଶେଷ ଭାବେ ବିଜେଡି- ବିଜେପି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବବୋଲି ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଯେଭଳି ଭାବେ ଆରୋପ-ପ୍ରତ୍ୟାରୋପରେ ନିର୍ବାଚନ ଲଢ଼ିଲେ ତାହା ଚଳିତ ନିର୍ବାଚନର ଅନ୍ୟତମ ପ୍ରମୁଖ ଚର୍ଚ୍ଚାର ବିଷୟ ଥିଲା। ସ୍ଥାନୀୟ ସମସ୍ୟା ସହବିଭିନ୍ନ ପ୍ରସଙ୍ଗ ନିର୍ବାଚନ ଫଳାଫଳର ଗଣିତ ଓଲଟପାଲଟ କରି ଦେଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦୈନିକ ‘ସମାଜ’ ବିଭିନ୍ନ ବର୍ଗର କିଏ ଆଗରେ ଏବଂ କାହା ସହ କଡ଼ା ମୁକାବିଲା ତାହା ଉପସ୍ଥାପନ କରାଯାଇଛି ଆସନର ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
Comments are closed.