ପ୍ୟାରିସରୁ ଆସୁଥିବା ଭିସ୍ତାରା ବିମାନରେ ବୋମା ! ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ସତର୍କତା
ନୂଆଦିଲ୍ଲୀ : ପ୍ୟାରିସରୁ ୩୦୬ ଲୋକଙ୍କୁ ନେଇ ମୁମ୍ବାଇ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ଧମକ ମିଳିଛି । ଏହା ପରେ ବିମାନ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଏମରଜେନ୍ସି ଘୋଷଣା କରିଦିଆଯାଇଛି । ସୂଚନା ଅନୁସାରେ ରବିବାର ଜଣାପଡିଥିଲା କି ପ୍ୟାରିସର ଚାର୍ଲସ ଡି ଗୁଆଲେ ବିମାନବନ୍ଦରରୁ ମୁମ୍ବାଇ ଉଡାଣ ଭରିବାକୁ ଥିବା ୟୁକେ ୦୨୪କୁ ଏୟାର ସିକନେସ ବ୍ୟାଗରେ ଏକ ହାତଲେଖା ଚିଠି ମିଳିଥିଲା ଯେଉଁଥିରେ ବିମାନରେ ବୋମା ଥିବା ଧମକ ଦିଆଯାଇଥିଲା । ଏହା ପରେ ସକାଳ ୧୦ଟା ୮ ସମୟରେ ଜରୁରିକାଳୀନ ଘୋଷଣା କରିଦିଆଯାଇଥିଲା ଏବଂ ଭିସ୍ତାରାର ଏହି ବିମାନ ସକାଳ ୧୦ଟା ୧୯ ମିନିଟରେ ବିମାନବନ୍ଦରରେ ଓହ୍ଲାଇଥିଲା । କହିରଖୁଛୁ ଏହି ସମୟରେ ବିମାନରେ ୨୯୪ ଯାତ୍ରୀ ଏବଂ ଚାଳକ ଦଳର ୧୨ ସଦସ୍ୟ ଥିଲେ ।
Comments are closed.