www.samajalive.in
Monday, December 8, 2025
27.1 C
Bhubaneswar

ଟି୨୦ ରାଙ୍କିଙ୍ଗ୍‌: ପୁଣି ବାଜି ମାରିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟକୁମାର ଯାଦବ କ୍ରମାଗତ ୨ୟ ବର୍ଷ ଲାଗି ‘ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି୨୦ କ୍ରିକେଟର’ ପୁରସ୍କାର ପାଇଛନ୍ତି। ଟି୨୦ କ୍ରିକେଟ୍‌ରେ ତାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଆସନ୍ତା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି। ସୂର୍ଯ୍ୟକୁମାର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ପୁରସ୍କାର ଗ୍ରହଣ କରିବାର ଫଟୋ ଛାଡ଼ିଛନ୍ତି। ଏଥିରେ ସେ ଭାରତୀୟ ଦଳର ଜର୍ସି ଓ ଆଇସିସି ଦ୍ବାରା ପ୍ରଦତ୍ତ ସ୍ବତନ୍ତ୍ର ଟୋପି ପିନ୍ଧି ଟ୍ରଫି ଧରିଥିବା ଦେଖିବାକୁ ମିଳୁଛି। ୨୦୨୩ରେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୭ଟି ଟ୍ବେଣ୍ଟି୨୦ ଇନିଂସରୁ ୧୫୫.୯୫ ଷ୍ଟ୍ରାଇକ୍‌ରେଟ୍‌ ଓ ୪୮.୮୬ ଆଭ୍‌ରେଜରେ ପ୍ରଭାବଶାଳୀ ୭୩୩ ରନ୍‌ କରିଥିଲେ। ଆହତ ଥିବା ଯୋଗୁଁ ୨୦୨୪ ଆଇପିଏଲ୍‌ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ କିଛି ମ୍ୟାଚ୍‌ ଖେଳିନଥିଲେ। ପରେ ସେ ୧୬୭.୪୭ ଷ୍ଟ୍ରାଇକ୍‌ରେଟ୍‌ରେ ମୋଟ ୩୪୫ ରନ୍‌ କରିଥିଲେ। ଏଥିରେ ସାମିଲ ଥିଲା ୫୧ ବଲ୍‌ରୁ ଅପରାଜିତ ଶତକ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories