www.samajalive.in
Tuesday, December 9, 2025
17.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି: ବିଷ ଖାଇଲେ ଦମ୍ପତି-ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଫୁଲବାଣୀ: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାପରେ ଉଭୟେ ସ୍ୱାମୀସ୍ତ୍ରୀ କଥା ହୋଇ ଖାଇଦେଲେ ବିଷ। ହେଲେ ବିଷକ୍ରିୟାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମେଡିକାଲ ଶଯ୍ୟାରେ ପଡି ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ପକାରୀ ପଂଚାୟତର ବିଲୁରୀ ଗାଁରେ।
ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ବିଲୁରୀ ଗାଁର ସୁଶାନ୍ତ କହଁର ଓ ତାଙ୍କ ସ୍ତ୍ରୀ ପାନୁରି କହଁରଙ୍କ ମଧ୍ୟ୍ୟରେ କୌଣସି  ଘରୋଇ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ କଥାହୋଇ ବିଷ ପିଇ ଦେଇଥିଲେ । ଏ କଥା ଜାଣିବା ପରେ  ଅନ୍ୟପରିବାର ଲୋକେ ଏକ ଅଟୋ ଭଡା କରି ଉଭୟ ସ୍ୱାମୀସ୍ତ୍ରୀ ଙ୍କୁ ପ୍ରଥମେ ବାଳନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ପାନୁରିର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ୍ୟ ସ୍ୱାମୀ ସୁଶାନ୍ତ ର ଅବସ୍ଥା ସଂଟାପନ୍ନ ରହିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ହେମସାଗର ଭୋଇ ଅନ୍ୟ କିଛି କର୍ମଚାରୀଙ୍କ ସହ ଫୁଲବାଣୀ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories