www.samajalive.in
Sunday, December 7, 2025
15.1 C
Bhubaneswar

 ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ 

ଫୁଲବାଣୀ : ମଦ୍ୟପାନ କରି ବୋହୁ ସହ ଗଣ୍ଡଗୋଳ କରୁଥିଲା ଶଶୁର ଏବଂ ଏହାର ପ୍ରତିବାଦ କରିଥିଲା ପୁଅ। ରାଗରେ ଜର୍ଜରିତ ହୋଇ ପୁଅକୁ ଟାଙ୍ଗିଆରେ ହାଣିବା ପାଇଁ ଗୋଡ଼ାଇଥିଲା ବାପା। ଶେଷରେ ପୁଅ ରାଗିଯାଇ ବାପା ଧରିଥିବା ଟାଙ୍ଗିଆକୁ ଛଡେଇନେଇ ସେହି ଟାଙ୍ଗିଆରେ ବାପାକୁ ହାଣିପକାଇଲା ପୁଅ ।
ଏଭଳି ଏକ ଅଭନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ଫାଣ୍ଡି ଅଧୀନରେ।ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ  କାକେନ୍ଦ୍ରି ଗାଁର ବାରୁଣୀ ଗଣ୍ଡା ନାମକ ଜଣେ ବ୍ୟକ୍ତି ବୁଧବାର ରାତ୍ର ପ୍ରାୟ ଦଶଟା ସମୟରେ ପ୍ରଚୁର ମଦ୍ୟପାନ କରି ନିଜ ବୋହୁ ସାଙ୍ଗରେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ବାରୁଣୀଙ୍କ ପୁଅ ରୋହିତ ଗଣ୍ଡା ପ୍ରତିବାଦ କରିଥିଲା।  ଏଥିରେ ବାରୁଣୀ ଗଣ୍ଡା ରାଗିଯାଇ ନିଜ ପୁଅ ରୋହିତ ଗଣ୍ଡାକୁ ଏକ ଧାରୁଆ ଟାଙ୍ଗିଆରେ ନିଶାସକ୍ତ ଅବସ୍ଥାରେ ହାଣିବା ପାଇଁ ଗୋଡ଼ାଇ ଥିଲା। ଗୋଡାଗୋଡି ଭିତରେ ରୋହିତ ଗଣ୍ଡା ନିଜ ବାପାଙ୍କ ଠାରୁ ଟାଙ୍ଗିଆକୁ ଛଡାଇ ନେଇ ସେହି ଟାଙ୍ଗିଆ ରେ ନିଜ ବାପାଙ୍କୁ ହାଣି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ବାରୁଣୀ ଗଣ୍ଡାଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ପୁଅ ରୋହିତ ଗଣ୍ଡା ଫେରାର ହୋଇଯାଇଥିବା ବେଳେ ଘଟଣାକୁ ନେଇ ମୃତ ବାରୁଣୀଙ୍କ ଝିଅ କଳ୍ପନା ଗଣ୍ଡା ତାଙ୍କ ବାପାଙ୍କୁ ତାଙ୍କ ଭାଇ ରୋହିତ ଗଣ୍ଡା ହତ୍ୟା କରିଥିବା ନେଇ ଫୁଲବାଣୀ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଗୁରୁବାର ଦିନ ଫୁଲବାଣୀ ସଦର ଥାନା ଅଧିକାରୀ ସୀତାଂଶୁ ଶେଖର ମାନଧାତା ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସଦର ଥାନାରେ ୯୬/୨୪ ହତ୍ୟା ମାମଲା ରୁଜୁ କରିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ  ଫୁଲବାଣୀ ମେଡିକାଲ ପଠାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାରୀ ପୁଅକୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖି ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories