www.samajalive.in
Sunday, December 7, 2025
14.1 C
Bhubaneswar

ସମସ୍ତ ଟି୨୦ ବିଶ୍ବକପ୍‌ ଖେଳିଛନ୍ତି ରୋହିତ ଓ ସାକିବ୍‌

ନୂଆଦିଲ୍ଲୀ: ୨୦୦୭ରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୯ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୮ଟି ସଂସ୍କରଣ ଖେଳି ୯ମ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି ବିଶ୍ବର ମାତ୍ର ୨ ଜଣ କ୍ରିକେଟର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବାଂଲାଦେଶର ସାକିବ୍ ଅଲ୍‌ ହାସନ୍‌। ଏହି ୧୭ ବର୍ଷରେ ବ୍ୟାଟ୍‌ସମ୍ୟାନ୍ ରୋହିତ ଓ ଅଲ୍‌ରାଉଣ୍ଡର ସାକିବ୍ କ୍ରିକେଟ୍‌ ଦୁନିଆରେ କିମ୍ବଦନ୍ତୀ ପାଲଟି ଯାଇଛନ୍ତି। ଦୁହେଁ ଟ୍ବେଣ୍ଟି୨୦ କ୍ରିକେଟ୍‌କୁ ଏକ ନୂତନ ଉଚ୍ଚତାକୁ ନେଇ ପାରିଛନ୍ତି।
ଜଣେ ବିସ୍ଫୋରକ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଓ ଭଲ ଅଧିନାୟକ ଭାବେ ପରିଚିତ ରୋହିତ ଶର୍ମା ୨୦୦୭​‌େ​‌ର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ଜିତିଥିବା ପ୍ରଥମ ଟ୍ବେଣ୍ଟି୨୦ ବିଶ୍ବକପ୍ ଦଳର ସଦସ୍ୟ ଥିଲେ। ଗତ ୮ଟି ବିଶ୍ବକପ୍‌ରେ ରୋହିତ ଭାରତର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ର ମାନ୍ୟତା ପାଇଛନ୍ତି। ୮ଟି ସଂସ୍କରଣରେ ରୋହିତ ୩୯ଟି ମ୍ୟାଚ୍‌ରୁ ୩୪.୩୯ ଆଭ୍‌ରେଜ ଓ ୧୨୭.୮୮ ଷ୍ଟ୍ରାଇକ୍‌ରେଟ୍‌ରେ ୯୬୩ ରନ୍‌ କରିଛନ୍ତି।

୯ଟି ଅର୍ଦ୍ଧଶତକ ସେ ମାରିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ବାଂଲାଦେଶର ପ୍ରମୁଖ ଖେଳାଳି ବାମହାତି ସାକିବ୍ ଅଲ୍‌ ହାସନ୍ ଗତ ୮ଟି ସଂସ୍କରଣରେ ୩୬ଟି ମ୍ୟାଚ୍‌ରୁ ୨୩.୯୪ ଆଭ୍‌ରେଜ ଓ ୧୨୨.୪୪ ଷ୍ଟ୍ରାଇକ୍‌ରେଟ୍‌ରେ ୭୪୨ ରନ୍‌ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଇତିହାସରେ ସାକିବ୍ ସର୍ବାଧିକ ୪୭ଟି ୱିକେଟ୍‌ ନେଇଛନ୍ତି। ୩୪ଟି ମ୍ୟାଚ୍‌ରୁ ୩୯ଟି ୱିକେଟ୍‌ ନେଇଥିବା ପାକିସ୍ତାନର ସାହିଦ୍ ଆଫ୍ରିଦି ୨ୟ ସ୍ଥାନରେ ଅଛନ୍ତି। ୨ ବର୍ଷ ପରେ ରୋହିତ ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ଫେରି ନେତୃତ୍ବ ନେଉଛନ୍ତି।

- Advertisement -

ଆଖିରେ ଆଘାତ ଯୋଗୁଁ ବହୁତ ମାସ ଖେଳିନଥିବା ସାକିବ୍ ଚଳିତମାସ ଜିମ୍ବାୱେ ବିପକ୍ଷରେ ଖେଳି ଟି୨୦କୁ ଫେରିଛନ୍ତି। ଉଭୟ ଭାରତ ଓ ବାଂଲାଦେଶ ଆଶାକରିବେ ଯେ ରୋହିତ ଓ ସାକିବ୍‌ଙ୍କ ପରି ଭେଟେରାନ୍ ଦଳକୁ ଏହି ବିଶ୍ବକପ୍‌ରେ ସଫଳତା ଦିଅନ୍ତୁ। କାରଣ ସେମାନଙ୍କ ଉପ​‌େ​‌ର ଉଭୟ ଦଳର ପ୍ରଶଂସକଙ୍କର ବହୁତ ଆଶା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories