www.samajalive.in
Saturday, December 6, 2025
26.1 C
Bhubaneswar

ଟି୨୦ ବିଶ୍ବକପ୍‌ ଉପରେ ସମ୍ୟକ ତଥ୍ୟ: ୨୦, ୨୨, ୨୪​ରେ ଭାରତର ସୁପର ଏଇଟ୍‌ ମ୍ୟାଚ୍‌!

ନୂଆଦିଲ୍ଲୀ: ସ୍ଥାନୀୟ ସମୟ ଅନୁଯାୟୀ ଜୁନ୍‌ ୧ରୁ ଏବଂ ଭାରତୀୟ ସମୟ ଅନୁସାରେ ଜୁନ୍‌ ୨ରୁ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭ ହେବ। ଏହା ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଅନୁଷ୍ଠିତ ହେବ। ପ୍ରଥମ ଥର ଆମେରିକା ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ୱେଷ୍ଟଇଣ୍ଡିଜ୍‌ରେ ପୂର୍ବରୁ ୨୦୦୭ ଦିନିକିଆ ବିଶ୍ବକପ୍‌ ଓ ୨୦୧୦ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ହୋଇଥିଲା। ଉଭୟ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାର ୯ଟି ସହରରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏଥିରେ ମୋଟ ୨୦ଟି ଦଳ ଭାଗନେବେ।

ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ଯୋଗ୍ୟତା ଅର୍ଜନ କରିଥିବା ବେଳେ ୨୦୨୨ ଟି୨୦ ବିଶ୍ବକପ୍‌ରେ ପ୍ରଥମ ୮ଟି ସ୍ଥାନରେ ଥିବା ଦଳ- ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କା ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଇସିସି ଟି୨୦ ମାନ୍ୟତାରେ ପରବର୍ତ୍ତୀ ୨ଟି ସ୍ଥାନରେ ଥିବା ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁରୋପ୍‌ରୁ ଆୟରଲାଣ୍ଡ ଓ ସ୍କଟ୍‌ଲାଣ୍ଡ, ଆମେରିକାରୁ କାନାଡା, ଏସିଆରୁ ନେପାଳ ଓ ଓମାନ୍, ଆଫ୍ରିକାରୁ ନାମିବ୍ୟା ଓ ଉଗାଣ୍ଡା ଏବଂ ପୂର୍ବ ଏସିଆ-ପ୍ୟାସିଫିକ୍‌ରୁ ପାପୁଆ ନ୍ୟ ଗିନି ଯୋଗ୍ୟତା ପର୍ଯ୍ୟାୟରୁ ବିଶ୍ବକପ୍‌ ଖେଳିବାକୁ ଟିକଟ ପାଇଛନ୍ତି। ୪ଟି ଦଳ ପ୍ରଥମଥର ଟି୨୦ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି। ୨୦ଟି ଦଳଙ୍କୁ ୫ଟି ଦଳ ଲେଖାଏଁ ୪ଟି ଗ୍ରୁପ୍‌​‌େ​‌ର ବିଭକ୍ତ କରାଯାଇଛି।

- Advertisement -

ପ୍ରତି ଗ୍ରୁପ୍‌ରେ ପ୍ରତ୍ୟେକ ଦଳ ଅନ୍ୟ ୪ଟି ଦଳଙ୍କ ବିପକ୍ଷରେ ଥରେ ଲେଖାଏଁ ଖେଳିବ। ପ୍ରତି ଗ୍ରୁପ୍‌ର ଶୀର୍ଷ ୨ଟି ଦଳ ସୁପର ଏଇଟ୍‌ ପର୍ଯ୍ୟାୟ ଖେଳିବେ। ସୁପର ଏଇଟ୍‌ ପର୍ଯ୍ୟାୟରେ ୮ଟି ଦଳଙ୍କୁ ୨ଟି ଗ୍ରୁପ୍‌​‌େ​‌ର ବିଭକ୍ତ କରାଯିବ। ଉଭୟ ଗ୍ରୁପ୍‌ର ଶୀର୍ଷ ୨ଟି ଦଳ ସେମିଫାଇନାଲ ଖେଳିବେ। ଟାଇ ମ୍ୟାଚ୍‌ର ଫଇସଲା ପାଇଁ ସୁପର ଓଭର ଖେଳାଯିବ। ସୁପର ଓଭର ଟାଇ ହେଲେ ମ୍ୟାଚ୍‌ର ଫଇସଲା ହେବା ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ। ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହେଲେ ଲିଗ୍‌ ପର୍ଯ୍ୟାୟ ଓ ସୁପର ଏଇଟ୍‌ ପର୍ଯ୍ୟାୟ​‌େ​‌ର ମ୍ୟାଚ୍‌ର ଫଇସଲା ପାଇଁ ଅତିକମ୍‌ରେ ୫ ଓଭର ଖେଳାଯିବ। ହେଲେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ର ଫଇସଲା ପାଇଁ ଅତିକମ୍‌ରେ ୧୦ ଓଭର ଖେଳାଯିବା ଆବଶ୍ୟକ।

ପ୍ରଥମ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପାଇଁ ୧୯୦ ମିନିଟ୍‌ର ଅତିରିକ୍ତ ସମୟ ଓ ଅତରିକ୍ତ ଦିବସ ରହିବ। ତେବେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟରେ ମାତ୍ର ଗୋଟିଏ ଦିନ ଥିବାରୁ ୨ୟ ସେମିଫାଇନାଲ ପାଇଁ ଅତିରିକ୍ତ ଦିବସର ରହିବ ନାହିଁ। ତେବେ ୨ୟ ସେମିଫାଇନାଲ ପାଇଁ ୨୫୦ ମିନିଟ୍‌ର ଅତିରିକ୍ତ ସମୟ ରହିବ। ଭାରତ ଯଦି ସେମିଫାଇନାଲରେ ପହଞ୍ଚେ; ତେବେ ଭାରତୀୟ ଦର୍ଶକଙ୍କ ସୁବିଧାକୁ ଦେଖି ଭାରତୀୟ ସମୟ ରାତି ୮ଟାରେ ଭାରତ ୨ୟ ସେମିଫାଇନାଲ ଖେଳିବ।

୨୦, ୨୨, ୨୪​ରେ ଭାରତର ସୁପର ଏଇଟ୍‌ ମ୍ୟାଚ୍‌!

ଗ୍ରୁପ୍ ଲିଗ୍‌ ପର୍ଯ୍ୟାୟରେ ଆଇସିସି ଟି୨୦ ମାନ୍ୟତାରେ ପ୍ରଥମ ୮ଟି ଦଳକୁ ୪ଟି ଗ୍ରୁପ୍‌ରେ ୨ଟି କରି ରଖାଯାଇଛି। ଉଦାହରଣ ସ୍ବରୂପ ଗ୍ରୁପ୍‌ ‘ଏ’ରେ ଭାରତ, ପାକିସ୍ତାନ, ଆୟରଲାଣ୍ଡ, କାନାଡା ଓ ଆମେରିକା ରହିଛନ୍ତି। ‘ଏ’ ଗ୍ରୁପ୍‌ରୁ ଯଦି ଭାରତ ଓ ପାକିସ୍ତାନ ସୁପର ଏଇଟ୍‌ରେ ପହଞ୍ଚନ୍ତି; ତେବେ କିଏ ଅଧିକ ପଏଣ୍ଟ ପାଇଛି; ତାହା ମୂଲ୍ୟହୀନ। ଯଦି ପାକିସ୍ତାନଠାରୁ ଭାରତ ହାରି ପଏଣ୍ଟ ଟେବୁଲ୍‌ର ୨ୟ ସ୍ଥାନରେ ରହିଲେ ମଧ୍ୟ ଭାରତକୁ ‘ଏ୧’ ଓ ପାକିସ୍ତାନକୁ ‘ଏ୨’ ମାନ୍ୟତା ମିଳିବ। କାରଣ ଆଇସିସି ମାନ୍ୟତାରେ ଭାରତ ୧ନଂ ସ୍ଥାନରେ ଥିବା ବେଳେ ୬ଷ୍ଠ ସ୍ଥାନରେ ଅଛି ପାକିସ୍ତାନ। ସମସ୍ତ ଗ୍ରୁପ୍‌ରେ ଏହିପରି ୧ମ ଓ ୨ୟ ସ୍ଥାନ ନିର୍ଦ୍ଧାରଣ ହେବ। ତେଣୁ ସୁପର ଏଇଟ୍‌​‌େ​‌ର ଭାରତ ଗ୍ରୁପ୍-୧ରେ ରହିବ। ଏହି ଗ୍ରୁପ୍‌ରେ ଅନ୍ୟ ୩ଟି ଦଳ ହେଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା। ଜୁନ୍ ୨୦ରେ ନ୍ୟୁଜିଲାଣ୍ଡ, ୨୨ରେ ଶ୍ରୀଲଙ୍କା ଓ ୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସୁପର ଏଇଟ୍‌ ମ୍ୟାଚ୍‌ ଖେଳିପାରେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories