www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ

ଡେସ୍କ: ଆପଣ କୁଆଡେ ମୋ ବନ୍ଧୁ। ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ। ଯଦି ଏତେ ଚିନ୍ତା, ତାହେଲେ ତୁମେ ମୋତେ ଫୋନ କରି ପଚାରି ପାରିଥାନ୍ତ। ଏମିତି କିଛି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ତେଣୁ ମୁଁ ଏତେ ଖରାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରୁଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଏକ ଜନସଭାକୁ କହିଥିଲେ ଯେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗତ ଏକ ବର୍ଷ ହେବ ଖରାପ ରହୁଛି ଏବଂ ଏହା ପଛରେ କାରଣ ରହିଛି। ତାଙ୍କ ଦଳ ବିଜେପି କ୍ଷମତାକୁ ଆସିଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଏକ କମିଟି ଗଠନ କରାଯିବ। ତେବେ ଏଭଳି ବକ୍ତବ୍ୟର ଘୋର ବିରୋଧ କରିଛି ବିଜୁ ଜନତା ଦଳ।

- Advertisement -


ମୁଖ୍ୟମନ୍ତ୍ରୀ ନବୀନ ଏହାର କଡା ଜବାବ ଦେବା ସହିତ କହିଛନ୍ତି, ଯଦି କମିଟି ଗଠନ କରିବାର ଅଛି ତାହେଲେ ଯେଉଁମାନେ ମୋ ସ୍ୱାସ୍ଥ୍ୟ ବିଷୟ ନେଇ ଅପପ୍ରଚାର କରୁଛନ୍ତି, ତାହାର ଯାଞ୍ଚ କରିବା ଲାଗି କମିଟି ଗଠନ କରନ୍ତୁ।

କେନ୍ଦ୍ରାପଡ଼ା ଲୋକସଭା ଆସନ – ଜୁନ ୧ରେ ଟକ୍କର କଡାକଡି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories