www.samajalive.in
Tuesday, December 9, 2025
17.1 C
Bhubaneswar

ବସ୍ତା ନିର୍ବାଚନ ମଣ୍ଡଳୀ ହେବ ରାଜ୍ୟର ଏକ ନମ୍ବର – ଭି.କେ.ପାଣ୍ଡିଆନ

ବାଲିଆପାଳ: ସାଧାରଣ ନିର୍ବାଚନ ପାଇଁ ତାରିଖ ପାଖରେ ଆସୁଥିବା ବେଳେ ବିଜେଡ଼ି ପ୍ରଚାର ଜୋରଦାର କରିଛି। ଆଜି ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ବ୍ଲକର ବାସୁଦେବପୁର ପଡ଼ିଆରେ ବିଜେଡ଼ିର ଷ୍ଟାର ପ୍ରଚାରକ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବସ୍ତା ନିର୍ବାଚନ ମଣ୍ତଳୀର ବିଧାୟିକା ପ୍ରାର୍ଥିନୀ ସୁବାସିନୀ ଜେନା ଓ ବାଲେଶ୍ବର ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର ପାଇଁ ମାରାଥନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ବସ୍ତାରେ ୬୦ ହଜାରରୁ ଅଧିକ ଭୋଟରେ ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ଓ ଲେଖାଶ୍ରୀ ସାମନ୍ତ ସିଂହାରକୁ ଜିତାଇବା ପାଇଁ ଅନୁରୋଧ କରିବା ସହ ବସ୍ତା ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ। ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ ନିର୍ମାଣ ହେଲେ ବହୁ ନିଯୁକ୍ତି ସୃଷ୍ଟି ହେବା ସହ କେହି ବିସ୍ତାପିତ ହେବେ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ବାଲିଆପାଳ ସୂତାକଳର ପୂନରୁଦ୍ଧାର, ବାଲିଆପାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁପରସ୍ପେଷାଲିଷ୍ଟରେ ପରିଣତ, ବସ୍ତା ବାଲିଆପାଳ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ, ୯୦ ପ୍ରତିଶତ ଲୋକଙ୍କୁ ଜୁଲାଇରୁ ବିଜୁଳି ବିଲ୍ ଛାଡ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପେନସନ ବ୍ୟବସ୍ଥା ସହିତ ଏହି ସବୁ ଯୋଜନା ନବୀନଙ୍କ ଗ୍ୟାରେଣ୍ଟି ବୋଲି ପାଣ୍ଡିଆନ୍ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories