www.samajalive.in
Sunday, December 7, 2025
14.1 C
Bhubaneswar

ହନୁମାନଙ୍କୁ ବିରକ୍ତ କର ନାହିଁ, ତୁମ ଲଙ୍କା ଜଳିଯିବ: ରାଜବାବର

ନୂଆଦିଲ୍ଳୀ: ହନୁମାନଙ୍କ ପରିଚୟକୁ ନେଇ ଅଧିକ ବିବାଦ ସୃଷ୍ଟି କରନାହିଁ। ନ ହେଲେ ତୁମ ଲଙ୍କାରେ ନିଅାଁ ଲାଗିଯିବ। ବିଜେପିକୁ ଏଭଳି କଟାକ୍ଷ କରିଛନ୍ତି ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ତଥା ଅଭିନେତା ରାଜ ବାବର।
ସୂଚନାଯୋଗ୍ୟ, ପ୍ରଭୁ ହନୁମାନଙ୍କ ପରିଚୟକୁ ନେଇ ଗତ କିଛି ଦିନ ହେଲା ରୋଚକ ଖବର ଶୁଣିବାକୁ ମିଳୁଛି। ପ୍ରଭୁ ହନୁମାନଙ୍କୁ ଜଣେ ‘ଦଳିତ’ ଭାବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିହିତ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ନନ୍ଦ କୁମାର ସାଇ ହନୁମାନଙ୍କୁ ‘ବନବାସୀ’ ବା ‘ଆଦିବାସୀ’ ବୋଲି କହିଥିଲେ। ଗତ ସପ୍ତାହରେ ଉତ୍ତରପ୍ରଦେଶର ବିଜେପି ନେତା ବୁକାଲ୍‍ ନୱାବ୍‍ ହନୁମାନଙ୍କୁ ‘ମୁସଲିମ୍‍’ ଏବଂ ଉତ୍ତରପ୍ରଦେଶର ଧାର୍ମିକ ବ୍ୟାପାର ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ‘ଜାଠ୍‍’ ସମ୍ପ୍ରଦାୟର ବୋଲି ବର୍ଣ୍ଣନା କରିଥିଲେ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ସାଂସଦ ରାମ ଶଙ୍କର ବିଦ୍ୟାର୍ଥୀ ପ୍ରଭୁ ହନୁମାନଙ୍କୁ ‘ଗୋଣ୍ଡ(ଆଦିବାସୀ)’ ସମ୍ପ୍ରଦାୟର ବୋଲି ମତ ଦେଇଥିଲେ। ଏହି ଧାରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଥିଲେ ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଚେତନ ଚୌହ୍ୱାନ। ଗତ ଦୁଇ ଦିନ ତଳେ ସେ କହିଥିଲେ ଯେ ହନୁମାନ ଜଣେ କ୍ରୀଡ଼ାବିତ ଥିଲେ। ଏହାର ପ୍ରତିକ୍ରିୟାରେ ରାଜ ବାବର କହିଛନ୍ତି ଯେ ପ୍ରଭୁ ହନୁମାନଙ୍କ ସମ୍ପର୍କରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ରାଜନୀତିକୁ ଟାଣିଥିବାରୁ ତିନି ରାଜ୍ୟରେ ବିଜେପି କ୍ଷମତା ହରାଇଲା। ଯଦି ହନୁମାନଙ୍କୁ ଆଉ ଅଧିକ ହଇରାଣ କରିବାକୁ ବିଜେପି ନେତାମାନେ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଲଙ୍କା ଧ୍ୱଂସ ହୋଇଯିବ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories