www.samajalive.in
Sunday, December 7, 2025
15.1 C
Bhubaneswar

ଛୋଟ ବୟସରୁ କମାଲ କଲେ; ମାଉଣ୍ଟ ଏଭରେଷ୍ଟ ଶିଖରରେ ଉଡାଇଲେ ତ୍ରିରଙ୍ଗା

ମୁମ୍ବଇ: ହୃଦୟରେ କିଛି କରିବାକୁ ଆଗ୍ରହ ଥିଲେ ଯେ କୌଣସି କଷ୍ଟକର କାମ ବି ସହଜରେ ପୂରଣ ହୋଇପାରେ। ଏପରିକି ଆକାଶର ଉଚ୍ଚତା ମଧ୍ୟ ନିକଟତର ମନେ ହୁଏ। କିଛି ଏଭଳି କାରାନାମା କରି ଦେଖାଇଛନ୍ତି ନୌସେନା ଚିଲଡ୍ରେନ ସ୍କୁଲରେ ପାଠ ପଢୁଥିବା କାମ୍ୟା କାର୍ତ୍ତିକେୟାନ। ମାତ୍ର ୧୬ ବର୍ଷ ବୟସରେ ମାଉଣ୍ଟ ଏଭରେଷ୍ଟର ଶିଖରକୁ ସଫଳତାର ସହ ଚଢି ଏକ ନୂଆ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିବା କାମ୍ୟା ସବୁଠାରୁ କମ ବୟସରେ ଏଭଳି ରେକର୍ଡ କରିବାରେ ଦୁନିଆର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କାମ୍ୟାଙ୍କ ଏହି ଯାତ୍ରାରେ ତାଙ୍କ ପିତା କମାଣ୍ଡର ଏସ୍‌‌. କାର୍ତ୍ତିକେୟନ ପୁରା ସମର୍ଥନ କରିଥିଲେ। ସେ ନିଜ ଝିଅ ସହିତ ମାଉଣ୍ଟ ଏଭରେଷ୍ଟ ଶିଖରକୁ ମଧ୍ୟ ଯାଇଥିଲେ। ୮,୮୪୯ ମିଟର ଉଚ୍ଚରେ ଅବସ୍ଥିତ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚିବା ବହୁତ କଷ୍ଟସାଧ୍ୟ ହୋଇଥାଏ।
ପଶ୍ଚିମାଞ୍ଚଳ ନାଭାଲ କମାଣ୍ଡ ନିଜ ଏକ୍ସ ଆକାଉଣ୍ଟରେ କାମ୍ୟା କାର୍ତ୍ତିକେୟନଙ୍କ ଏହି ସଫଳତାର ଫଟୋ ସେୟାର କରି ସୂଚନା ଦେଇଛନ୍ତି। କାମ୍ୟା ନିଜ ପିତାଙ୍କ ସହ ୩ ଏପ୍ରିଲରୁ ଏଭରେଷ୍ଟ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ। ୨୦ମେ ରେ ମାଉଣ୍ଟ ଏଭରେଷ୍ଟ ଶିଖରରେ ଉଭୟ କାମ୍ୟା ଓ ତାଙ୍କ ପିତା ପହଞ୍ଚିବାରେ ସଫଳତା ହାସଲ କରିଥିଲେ। ସାତୋଟି ମହାଦେଶର ସର୍ବୋଚ୍ଚ ଶିଖରକୁ ଜିତିବା ମିଶନର ଲକ୍ଷ୍ୟ ନେଇ କାମ୍ୟା ଏପର୍ଯ୍ୟନ୍ତ ୬ଟି ମାଇଲଖୁଣ୍ଟ ପୂରଣ କରିସାରିଲେଣି। ଚଳିତ ବର୍ଷ ଡିସେମ୍ବରରେ ଆଣ୍ଟାର୍କଟିକାରେ ଅବସ୍ଥିତ ମାଉଣ୍ଟ ଭିନସନ୍‌‌ ମାସିଫ୍‌‌ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories