www.samajalive.in
Tuesday, December 9, 2025
17.1 C
Bhubaneswar

୧୫ ଦିନିଆ ସମାଵେଶୀ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ଡେସ୍କ: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ସଖା ଦ୍ୱାରା ପରିଚାଳିତ ‘ସହାୟ’, ସ୍ୱତନ୍ତ୍ର ବିଦ୍ୟାଳୟ, ମଙ୍ଗଳାବାଗ, କଟକଠାରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଏକ ୧୫ଦିନିଆ ଗ୍ରଷ୍ଠକାଳୀନ ସମାଵେଶୀ ଶିବିର ପରିଚାଳିତ ହୋଇଥିଲା। ଏହି ଶିବିରରେ ୮୦ ଜଣ ଦିବ୍ୟାଙ୍ଗ ଓ ସାଧାରଣ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଏଠାରେ ପିଲାମାନଙ୍କର ସମାବେଶୀ ଦକ୍ଷତା ବିକାଶ ଦ୍ବାରା ନାଚ, ଗୀତ, ଖେଳ, କାହାଣୀ, ଚିତ୍ରାଙ୍କନ ଓ ହସ୍ତକଳା ଉପରେ ତାଲିମ୍ ଦିଆଯାଇଥିଲା। ଏହି ପିଲାମାନଙ୍କର ମାଆମାନେ ଯିଏକି, ନିଜର ଦୈନନ୍ଦିନ କାର୍ଯ୍ୟପନ୍ଥା ଭିତରୁ ସମୟ ବାହାର କରିପାରୁ ନାହାନ୍ତି। ସେଥିପାଇଁ ଏହି ମାଆମାନଙ୍କ ପାଇଁ କିଛି ନିଆରା ଢ଼ଙ୍ଗରେ ଗୀତ, ନାଚ, ବ୍ୟକ୍ତିଗତ ସୌନ୍ଦର୍ଯ୍ୟକରଣ ଓ ହାତ ଏପ୍ରିଓଡ଼ୋରୀ ଇତ୍ୟାଦିରେ ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଥିଲା।

ଉଦ୍‌ଯାପନ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଚକ୍ରଧାରୀ ଶରଣ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସହାୟର ସଂପାଦିକା ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ସାଗତ ସମ୍ଭାଷଣ ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories