www.samajalive.in
Sunday, December 7, 2025
15.1 C
Bhubaneswar

ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ଓଡିଶାରେ ୬୭.୫୯ ପ୍ରତିଶତ ମତଦାନ

ଭୁବନେଶ୍ବର : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦେଶରେ ପଞ୍ଚମ ପର୍ଯ୍ୟାୟରେ  ପ୍ରାୟ ୬୦.୦୯ ପ୍ରତିଶତ ମତଦାନ ହୋଇଛି। ଏବଂ ରାଜ୍ୟରେ ପ୍ରାୟ ୬୭.୫୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ସୂଚନା ମିଳିଛି। ସୋମବାର ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ପାଇଁ ମତଦାନ ହୋଇଥିଲା। ବରଗଡ଼ରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ଆସ୍କାରେ ସବୁଠୁ କମ ୫୫.୬୫ ପ୍ରତିଶତ ହୋଇଛି। ସୁନ୍ଦରଗଡ଼ରେ ୬୧.୫୩ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ ଏବଂ ବଲାଙ୍ଗିର ୬୧.୩୫ପ୍ରତିଶତ ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରିମଣ୍ଡଳର କେତେକ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ଏହି ପର୍ଯ୍ୟାୟରେ ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ସେମାନଙ୍କ ଭାଗ୍ୟ ଇଭିଏମ ମେସିନରେ ଆବଦ୍ଧ ହୋଇ ସାରିଛି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ସୁନ୍ଦରଗଡ଼ରେ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ରାଉରକେଲାରୁ ଦିଲୀପ ରାୟ, ଟିଟିଲାଗଡ଼ରୁ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପ୍ରଦୀପ ଅମାତ, ବଲାଙ୍ଗିର ଲୋକସଭା କ୍ଷେତ୍ରରୁ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସକାଳ ସାଢ଼େ ୫ଟାରୁ ମକ୍‌ପୋଲ ଆରମ୍ଭ ହୋଇ ଥିବାବେଳେ କେତେକ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା। ତୁରନ୍ତ ସେଠାରେ ନୂଆ ଇଭିଏମ ପହଞ୍ଚାଇ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସନ୍ତା ଜୁନ୍ ୪ରେ ଭୋଟ ଗଣତି। ଭୋଟ ଗଣତି ପରେ ଏହି ବରିଷ୍ଠ ନେତାଙ୍କ ମଧ୍ୟରୁ କିଏ ଜିତୁଛି ଏବଂ କିଏ ପରାଜୟ ବରଣ କରୁଛି ତାହା ସ୍ପଷ୍ଟ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories