www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇରୁ ଆସିବନି ବିଜୁଳି ବିଲ୍‌ -କେନ୍ଦୁଝରେ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଦୃଢ ପ୍ରତିଶ୍ରୁତି

କେନ୍ଦୁଝରଗଡ଼: କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଅଧିନ ସିଲିସୁଆଁ ପଡ଼ିଆଠାରେ ରବିବାର ପୂର୍ବାହ୍ନରେ ଆୟୋଜିତ ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେଇ କେନ୍ଦୁଝର ପ୍ରାର୍ଥୀଙ୍କ ସମତେ ଜିଲାର ୬ ବିଧାନସଭା ଏବଂ ପଡ଼ୋଶୀ ମୟୁରଭଞ୍ଜ ଜିଲାର କରଞ୍ଜିଆ ବିଧାୟିକା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ   ଦେବା ପାଇଁ କହିଥିଲେ । ଏହି ଅବସରରେ ପୁଣି ଜୁଲାଇ ମାସରୁ ବିଦ୍ୟୁତ୍‌ ବିଲ୍‌ ଆସିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସଭା ପ୍ରାରମ୍ଭରେ ଜିଲା ବିଜେଡି ସଭାପତି କୁଶ ଆପଟ ସ୍ୱାଗତଭାଷଣ ପ୍ରଦାନ ଅବସରରେ ଖଣିବହୁଳ କେନ୍ଦୁଝର ଜିଲାରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଜିଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ପୂରଣ କରିବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ।

ସେହିଭଳି ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ନିଜ ଭୋଟ୍ ଭିକ୍ଷା ଅବସରରେ ଜିଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ଦାବି ପୂରଣ କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହୋଇଥିବାବେଳେ ଦୀର୍ଘବର୍ଷର ଦାବି ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ସହ ଜିଲାରୁ ବେକାରୀ ଦୂରୀକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।  ଏହି ସଭାରେ ହଜାର ହଜାର ସଂଖ୍ୟାରେ ଜନତା ଉପସ୍ଥିତ ରହିଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories