ନୂଆଦିଲ୍ଲୀ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଭାରତୀୟଙ୍କୁ ଚା’ କିମ୍ବା କଫିର ସେବନ ସୀମିତ ପରିମାଣରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଆଇସିଏମଆର ଏନଆଇଏନ ସହ ଆଲୋଚନା ମାଧ୍ୟମରେ ଜାରି କରିଥିବା ପରାମର୍ଶବଳୀରେ କହିଛି ଯେ, ଚା’ ଓ କଫିର ଅଧିକ ସେବନରୁ ନିଜକୁ ଦୂରେଇ ରଖିବା ଉଚିତ୍। କାରଣ ଏଥିରେ କାଫିନ୍ ମାତ୍ରା ରହିଛି। ଯାହା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପକାଏ।
୧୫୦ ମିଲିଲିଟର କପ କଫିରେ ୮୦-୧୨୦ ମିଲିଗ୍ରାମ କାଫିନ୍ ରହିଛି। ତୁରନ୍ତ ପ୍ରସ୍ତୁତ ହେଉଥିବା କଫିରେ ୫୦-୬୫ ମିଲିଗ୍ରାମ ଓ ଚା’ରେ ୩୦-୬୫ ମିଲିଗ୍ରାମ ରହିଛି। ଆଇସିଏମଆର କହିଛି, ୩୦୦ ମିଲିଗ୍ରାମରୁ ଅଧିକ କାଫିନ ସେବନ ଆଦୌ ହିତକର ନୁହେଁ।
ଭୋଜନର ଏକ ଘଣ୍ଟା ପୂର୍ବରୁ ଓ ପରେ ପାନୀୟ ପଦାର୍ଥର ସେବନ ନକରିବାକୁ ଆଇସିଏମଆର ପରାମର୍ଶ ଦେଇଛି। କାରଣ ଏଥିରେ ଟେନିନ ରହିଛି, ଯାହା ଶରୀରରେ ଆଇରନକୁ ଅବଶୋଷଣ କମ୍ କରିପାରେ। ଟେନିନ ପେଟରେ ଆଇରନ ସହ ମିଶିଯାଏ। ଯାଦ୍ୱାରା ଶରୀର ପାଇଁ ଆଇରନ ଅବଶୋଷିତ କରିବା କଠିନ ହୋଇପାରେ। ଏହାଦ୍ୱାରା ଆଇରନର ଅଭାବ ଓ ଏନିମିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଅତ୍ୟଧିକ କଫିର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ।
ଏହାସହ ଗାଇଡଲାଇନରେ ଏହାମଧ୍ୟ କୁହାଯାଇଛି ବିନା କ୍ଷୀର ଚା’ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ କରିବା, ଧମନୀ ରୋଗ ଓ ପେଟ କର୍କଟ ଭଳି ରୋଗର ସମ୍ଭାବନା କମ୍ କରିଥାଏ। ମାତ୍ର ଏହାକୁ ସୀମିତ ମାତ୍ରାରେ ଗ୍ରହଣ କରିବା ଆବଶ୍ୟକ। ନିର୍ଦ୍ଦେଶାବଳୀରେ ଆଇସିଏମଆର ଅନୁଯାୟୀ ତେଲ, ଚିନି ଓ ଲୁଣର ସେବନ ସୀମିତ ମାତ୍ରାରେ କରିବା ସହ ଫଳ, ପନିପରିବା, ଭାତ, ଆମିଷ ଜାତୀୟ ଖାଦ୍ୟ ସାମିଲ କରିବା ଉଚିତ୍।
ଏହାସହ ଆଇସିଏମଆର ସହ ସହମତି ପ୍ରଦାନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଭୋଜନ ପରେ କିମ୍ବା ପୂର୍ବରୁ ଚା’, କଫି ପିଇବା ଦ୍ୱାରା ଶରୀରରେ ଆଇରନ ଭଳି ମହତ୍ତ୍ୱପୂର୍ଣ୍ଣ ଖଣିଜର ଶରୀରରେ ଅଭାବ ହୋଇଥାଏ।
ବର୍ଷା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ! ଏହି ତାରିଖରେ ପହଞ୍ଚିବ ମୌସୁମୀ, ଆଇଏମଡି ଦେଲା ଖୁସି ଖବର..
ଭୋଜନ ସମୟରେ ପରେ କିମ୍ବା ପୂର୍ବରୁ ପାନୀୟ ଦ୍ରବ୍ୟ ସେବନ କରିବା ଦ୍ୱାରା ଏହା ପୋଷଣ ଅବଶୋଷଣକୁ ପ୍ରଭାବିତ କରିଥାଏ। ଏହା ଖାଦ୍ୟ ହଜମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
କ୍ଷୀର ବିନା ଚା’ ପିଇବାର ବିକଳ୍ପ ପୋଷକ ତତ୍ତ୍ୱର ଅବଶୋଷଣକୁ ଅଧିକ ପ୍ରଭାବିତ କରିନଥାଏ। କାରଣ କ୍ଷୀର ଆଇରନ ଭଳି କିଛି ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବ ପକାଇପାରେ। ଚା’ କିମ୍ବା କଫି ଏହାସହ କ୍ଷୀର ବିନା ପ୍ରସ୍ତୁତ ଚା’ ଆଦିରେ କାଫିନ୍ ଓ ଟେନିନ୍ ମାତ୍ରା ରହିଛି। ଯାହା ପାଚନ ଓ ପୋଷକ ତତ୍ତ୍ୱକୁ ଅବଶୋଷଣକୁ ପ୍ରଭାବିତ କରିପାରେ। ତେଣୁ ଏହାର ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ।



