www.samajalive.in
Friday, December 5, 2025
27.1 C
Bhubaneswar

ନ୍ୟୁଜ୍ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀ ଅବୈଧ, ତାଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(ୟୁଏପିଏ) ମାମଲାରେ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଜଷ୍ଟିସ ବିଆର ଗଭଇ ଓ ଜଷ୍ଟିସ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଭାରତର ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଇବା ତଥା ଦେଶ ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ନ୍ୟୁଜ୍ କ୍ଲିକ୍ ଚୀନ୍‌ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ନ୍ୟୁଜକ୍ଲିକ୍‌ ନାମକ ଏହି ନ୍ୟୁଜ୍‌ ପୋର୍ଟାଲ ବିରୋଧରେ ଦାୟର ହୋଇଥିବା ଏତଲାରେ ଅଭିଯୋଗ ହୋଇଥିଲା ଯେ, ପୁରକାୟସ୍ଥ ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ପିପଲ୍ସ ଆଲାୟନ୍ସ ଫର୍‌ ଡେମୋକ୍ରାସୀ ଆଣ୍ଡ୍‌ ସେକ୍ୟୁଲାରିଜିମ୍‌(ପିଏଡିଏସ୍‌) ନାମକ ଗୋଷ୍ଠୀ ସହ ମିଶି ଷଡ଼ଯନ୍ତ୍ର କରିଥିଲେ।

- Advertisement -

 

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories