www.samajalive.in
Tuesday, December 9, 2025
17.1 C
Bhubaneswar

ଇପିଏଫ୍‌‌ଓ ଆଣିଲା ଖୁସି ଖବର; ୫୦ହଜାର ନୁହେଁ ୧ଲକ୍ଷ ମିଳିବ

ନୂଆଦିଲ୍ଲୀ: ଇପିଏଫ୍‌‌ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଏହାର ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି। ଏବେ ଇପିଏଫ୍‌‌ଓରୁ ଟଙ୍କା କାଢିବା ଅତି ସହଜ ହେବାକୁ ଯାଉଛି। କାରଣ ଇପିଏଫଓ ଅଟୋ କ୍ଲେମ୍‌‌ ବ୍ୟବସ୍ଥାର ପରିସରକୁ ଅଧିକ ବିସ୍ତାର କରିଛି। ଏ ସମ୍ପର୍କରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଅସୁସ୍ଥତା ପାଇଁ ଇପିଏଫଓ ଆକାଉଣ୍ଟରୁ ଅଗ୍ରୀମ ରାଶି ଉଠାଇ ହେଉଥିଲା କିନ୍ତୁ ଏବେ ଶିକ୍ଷା, ବାହାଘର ଓ ଘର କାମ ପାଇଁ ମଧ୍ୟ ଜମା ରାଶିରୁ ଅଗ୍ରୀମ ପରିମାଣ ଉଠାଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କୌଣସି କାଗଜପତ୍ର କାମ କରିବାକୁ ପଡିବ ନାହିଁ। କେବଳ ଅନଲାଇନରେ ଆବେଦନ କରିଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।
ସୂଚନା ଅନୁସାରେ ଇପିଏଫ୍‌‌ଓ ‘ଇଜି ଅଫ୍‌‌ ଲିଭିଂ’ ଅଧୀନରେ ଅଟୋ-ମୋଡ୍‌‌ ସେବାକୁ ଅଧିକ ବିସ୍ତାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅସୁସ୍ଥତା ପାଇଁ ଅଟୋ-ମୋଡ୍‌‌ ସମାଧାନର ସୁବିଧା ଦିଆଯାଉଥିଲା। ହେଲେ କୋଟି କୋଟି ହିତାଧିକାରୀଙ୍କ ଜୀବନକୁ ସହଜ କରିବା ପାଇଁ ଇପିଏଫଓ ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଅଗ୍ରୀମ ପରିମାଣର କ୍ଲେମ୍‌‌ଗୁଡିକର ଅଟୋ-ମୋଡ୍‌‌ ସମାଧାନ ଆରମ୍ଭ କରିଛି। ଏପ୍ରିଲ ୨୦୨୦ରେ କ୍ଲେମ୍‌‌ ସମାଧାନର ଅଟୋ ମୋଡ୍‌‌ ଆରମ୍ଭ ହୋଇଥିଲା। ଏଥିରେ ୫୦ହଜାର ପର୍ଯ୍ୟନ୍ତ ସୀମା ରହିଥିଲା। ଏବେ ଏହାକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ପ୍ରାୟ ୨.୨୫କୋଟି ହିତାଧିକାରୀ ଏହି ସୁବିଧା ଦ୍ୱାରା ଉପକୃତ ହେବ ବୋଲି କୁହାଯାଉଛି।
୨୦୨୩-୨୪ ବର୍ଷରେ ଇପିଏଫଓ ପ୍ରାୟ ୪.୪୫କୋଟି କ୍ଲେମ୍‌‌ ସମାଧାନ କରିଛି। ଯେଉଁଥିରେ ୮୯.୫୨ଲକ୍ଷ ଦାବି ଅଟୋ-ମୋଡ୍‌‌ ବ୍ୟବହାର କରି ସମାଧାନ କରାଯାଇଛି। ୧୯୫୨ ଧାରା ୬୮କେ ଏବଂ ୬୮ବି ଅନୁଯାୟୀ ସମସ୍ତ ଦାବିକୁ ବୃଦ୍ଧି କରାଯାଇଛି। ଏହାସହିତ ଏହାର ସୀମା ୫୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories