www.samajalive.in
Saturday, December 6, 2025
26.1 C
Bhubaneswar

ବାବା ରାମଦେବଙ୍କୁ ପ୍ରଶଂସା କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ବ୍ୟକ୍ତିଗତ ହାଜର ହେବାରୁ ଛାଡ଼ କରିଛନ୍ତି। ମାତ୍ର ଏହି ଅବସରରେ କୋର୍ଟ ବାବା ରାମଦେବଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା।

ମାମଲାର ଶୁଣାଣି ପରେ ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ପ୍ରକୋଷ୍ଠରୁ ବାହାରକୁ ବାହାରକୁ ଯିବାକୁ ଅନୁମତି ମିଳିଥିଲା। ତେବେ ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ବାବା ରାମଦେବଙ୍କୁ ପ୍ରଶଂସା କରିଥିଲେ। ଖଣ୍ଡପୀଠ କହିଥିଲେ, ବାବା ରାମଦେବଙ୍କ ଉପରେ ଜନତାଙ୍କର ପ୍ରଚୁର ଆସ୍ଥା ଓ ବିଶ୍ଵାସ ରହିଛି। ଏହାକୁ ସକାରାତ୍ମକ ଦିଗରେ ବିନିଯୋଗ କରାଯିବା ଉଚିତ, ଯାହାଫଳରେ ଲୋକେ ତାଙ୍କୁ ଚାହିଁବେ। ଯୋଗର ପ୍ରଚାରପ୍ରସାର କ୍ଷେତ୍ରରେ ରାମଦେବ ଏବଂ ତାଙ୍କ ଟିମ୍‌ର ବହୁ ଅବଦାନ ରହିଛି ବୋଲି ଖଣ୍ଡପୀଠ କହିଥିଲେ।

- Advertisement -

ଏହା ପରେ କୋର୍ଟ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ସଭାପତି ଡା. ଆର. ଭି. ଅଶୋକାନଙ୍କ ବିରୋଧରେ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ। ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଇଏମଏ ମୁଖ୍ୟଙ୍କୁ ଭର୍ତ୍ସନା କରିଥିଲେ। ଏହାକୁ ନେଇ ଆଇଏମଏ ମୁଖ୍ୟ ଏକ ସାକ୍ଷାତକାରରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ, ଯାହାକୁ ନେଇ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଅଶୋକାନ ସତ୍ୟପାଠ ଦାଖଲ କରି କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ ରାମଦେବଙ୍କ ପରି ଖବରକାଗଜରେ ଲିଖିତ ବିଜ୍ଞାପନ ଜରିଆରେ କ୍ଷମାପ୍ରାର୍ଥନା ଛାପିବାକୁ ନିର୍ଦେଶ ଦେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories