www.samajalive.in
Tuesday, December 9, 2025
16.1 C
Bhubaneswar

ମାଓ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍ ଉପରେ ପୁଲିସର ତୀକ୍ଷ୍‌ଣ ନଜର

ଲାଞ୍ଜିଗଡ: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଲାଞ୍ଜିଗଡ ବ୍ଲକରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଭୋଟିଂ ଆରମ୍ଭ ହୋଇଥିବାବେଳେ ମାଓ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତର ଗୌଡ଼ ଥୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ତ୍ରିଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ର ହୋଇଛି। ମେଘୁଆ ପାଗ ରହିଥ‌ିବାରୁ ସକାଳୁ ଦୁର୍ଗମ ଅଞ୍ଚଳର କୁଟିଆ କନ୍ଧ ଆଦିମ ଅଧିବାସୀମାନେ ବହୁ ସଂଖ୍ୟାରେ ମହିଳା, ବୃଦ୍ଧା, ବୃଦ୍ଧ ଓ ପୁରୁଷମାନେ ଭୋଟ୍ କେନ୍ଦ୍ରକୁ ଆସି ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି। ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ ପାନୀୟ ଜଳ, ବିଦ୍ୟୁତ୍, ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଥିବାବେଳେ ପାଗ ଭଲ ଥିବାରୁ ଭୋଟରମାନେ ସୁରୁଖୁରୁରେ ଭୋଟ୍ ଦେଉଥିବା ପ୍ରିଜାଇଡିଂ ଅଫିସର ପର୍ଶୁରାମ ରାଉତ ଏବଂ ସୁଶାନ୍ତ କୁମାର ଠାକୁର ସୂଚନା ଦେଇଛନ୍ତି। ସେହିପରି ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତରେ ସୁରୁଖୁରୁରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଓ ବେନଗାଁ ପଞ୍ଚାୟତର ୧୦ ଗୋଟି ଗାଁର ଭୋଟର ଭୋଟ୍ ବର୍ଜନ କରିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories