www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାଧୀନତାର ୭୫ ବର୍ଷ ପରେ ବି ବଦଳିନି ଅବସ୍ଥା: ଭୋଟ ଦେବାକୁ ଯାଉଛନ୍ତି ୧୨ କିଲୋମିଟରରୁ ଊର୍ଦ୍ଧ୍ବ ଦୂର

ଲକ୍ଷ୍ମୀପୁର: ସ୍ବାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହେଲାଣି । ବହୁତ କିଛି ବଦଳି ଗଲାଣି। ହେଲେ ଏବେବି ଏମିତି କିଛି ଗାଁ ଅଛି , ଯେଉଁଠି ଲୋକ ମାନଙ୍କୁ ଭୋଟ୍ ଦେବାକୁ ୧୨ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଯିବାକୁ ପଡୁଛି। ଏଭଳି ଏକ  ଗାଁ ହେଉଛି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ପଞ୍ଚାୟତରେ ଥିବା ଆଦିବାସୀ ଅଧ୍ୟୁଷିତ ମୁର୍ଲାପୁଟ ଓ କେର୍ମିଟି । ଥରେ ନୁହେଁ କି ଦୁଇ ଥର ନୁହେଁ , ଯେତେ ଥର ଭୋଟ ହେଉଛି ଏମାନେ ମତଦାନ କରିବା ପାଇଁ ଲକ୍ଷ୍ମୀପୁରକୁ ୧୨ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଆସୁଛନ୍ତି । ଆଗରୁ ଏମାନେ ଦୁର୍ଗମ ଗାଁ ରୁ ଚାଲି ଚାଲି ଆସି ଭୋଟ ଦେଉଥିଲେ,  ବର୍ତ୍ତମାନ ଗାଡ଼ି ଭଡ଼ା କରି ଆସୁଛନ୍ତି । କିନ୍ତୁ ଏତିକି ବାଟ ନ ଆସିଲେ ଏମାନେ ଭୋଟ ଦେଇପାରିବେ ନାହିଁ ।  କେବଳ ମତଦାନ ନୁହେଁ ମାଗଣା ଚାଉଳ ନେବାକୁ ମଧ୍ୟ ଏମାନେ ଏଠାକୁ ଆସିଥାନ୍ତି । ସେହିପରି ବୁର୍ଜା ପଞ୍ଚାୟତର ମାତ୍ଲାମ୍ବା ଗାଁ ର ଆଦିବାସୀ ମାନେ ପ୍ରାୟ ୧୩ କିଲୋମିଟର ଦୂର ବୁର୍ଜା ଆଶ୍ରମ ବିଦ୍ୟାଳୟରେ ହେଉଥିବା ବୁଥ୍ କୁ ଆସି ମତଦାନ କରନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories