www.samajalive.in
Monday, December 8, 2025
13.1 C
Bhubaneswar

କାମି ରିଟାଙ୍କ ରେକର୍ଡ ଏଭରେଷ୍ଟ ଆରୋହଣ

କାଠମାଣ୍ଡୁ : ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ନେପାଳୀ ପର୍ବତାରୋହୀ କାମି ରିଟା ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କାମି ରିଟା ରବିବାର ୨୯ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚି ଏଭଳି କୃତିତ୍ବର ଅଧିକାରୀ ହୋଇପାରିଛନ୍ତି। ୫୪ ବର୍ଷୀୟ ଏହି ପର୍ବତାରୋହୀ ଗତବର୍ଷ ୮୮୪୮.୨୮ ମିଟର ଉଚ୍ଚ ଏଭରେଷ୍ଟ ଆରୋହଣ କରି ନିଜର ୨୮ଥରର ରେକର୍ଡ ସୃଷ୍ଟି କରିଥିଲେ। ଏହି ଅବସରରେ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ କାମି ରିଟାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଆଗକୁ ସେ ଏଭରେଷ୍ଟ ଆରୋହଣ ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି। ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବେ ପରିଚିତ କାମି ରିଟା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories