www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆ ନିୟମ: ଖାଲି ପଡ଼ିଆ ନୁହେଁ, ରାସ୍ତାରେ ଦେବାକୁ ହେବ ଡ୍ରାଇଭିଂ ଟେଷ୍ଟ ! ନଚେତ୍ ମିଳିବନି ଲାଇସେନ୍ସ

ନୂଆଦିଲ୍ଲୀ : କେରଳରେ ଡ୍ରାଇଭିଂ ଲାଇସେନ୍ସ ପାଇବା ଏଣିକି ଆଗଭଳି ସହଜ ହେବନି । କେରଳ ମୋଟର ବାହନ ବିଭାଗ ଡ୍ରାଇଭିଂ ପରୀକ୍ଷାର ନିୟମରେ ଅନେକ ପରିବର୍ତ୍ତନ କରିଛି । ଏପରିକି ଆବେଦନଙ୍କୁ ଏଣିକି ରିୟଲ ଲାଇଫ୍ ଡ୍ରାଇଭିଂ ପରୀକ୍ଷା ଦେବାକୁ ହେବ । ଅର୍ଥାତ୍ ବ୍ୟସ୍ତ ବହୁଳ ପୂର୍ଣ୍ଣ ଟ୍ରାଫିକ୍ ମଧ୍ୟରେ ଗାଡି ଚଳାଇ ନିଜ ଗାଡି ଚାଳନା ଦକ୍ଷତା ପ୍ରମାଣ କରିବାକୁ ହେବ । ଏହା ବ୍ୟତୀତ ଟେଷ୍ଟ ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି ।

ନିକଟରେ କେରଳ ମୋଟର ବାହନ ବିଭାଗ ଦ୍ବାରା ଆଦେଶ ଜାରି କରାଯାଇଛି । ତଦନୁସାରେ ଡ୍ରାଇଭିଂ ଲାଇସେନ୍ସ ଆବେଦକଙ୍କୁ ଏଣିକି ବାସ୍ତବିକ ରୂପେ ବ୍ୟସ୍ତ(ଜାମ୍) ସଡକରେ ଡ୍ରାଇଭିଂ ଟେଷ୍ଟ ଦେବା ବାଧ୍ୟତାମୂଳକ ହେବ । ଏହା ବ୍ୟତୀତ ବିଭାଗ ବିଭିନ୍ନ ପ୍ରକାର ପାର୍କିଂ, ଜିଗ୍ ଜାଗ୍ ଡ୍ରାଇଭିଂ ଭଳି ଅନେକ ପରୀକ୍ଷା ବାଧ୍ୟତାମୂଳକ କରିଦେଇଛି ।

ଚନ୍ଦ୍ରରେ ହେବ ଚାଷ; ଚାଲିଛି ଜୋରଦାର ପ୍ରସ୍ତୁତି

- Advertisement -

ନୂଆ ଆବେଦକ ଏବଂ ପୁରୁଣା ଲାଇସେନ୍ସକୁ ରିନ୍ୟୁ କରିବା ପାଇଁ ଆବେଦକଙ୍କୁ ମଧ୍ୟ ଏହି ନିୟମ ଦେଇ ଗତିକରିବାକୁ ହେବ । ୧୫ ବର୍ଷରୁ ପୁରୁଣା କୌଣସି ବି ଗାଡିକୁ ଏହି ପରୀକ୍ଷା ପାଇଁ ବ୍ୟବହାର କରାଯିବନି । ଅଟୋମେଟିକ୍ କାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ଏହି ନୂଆ ନିୟମରେ । ପରୀକ୍ଷା ସମୟରେ ଏହାକୁ ରେକର୍ଡ କରାଯିବ ଯାହା ବିଭାଗ ପାଖରେ ରହିବା ସହ ଆବେଦକଙ୍କୁ ମଧ୍ୟ ଆଗାମୀ ୩ ମାସ ପର୍ଯ୍ୟନ୍ତ ଏହାର ଏକ କପି ନିଜ ପାଖରେ ରଖିବାକୁ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories