www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ବାଚନ ସମୟରେ ଦାଦନ ଦୁଃଖ; ବାଙ୍ଗାଲୋର ଗଲେ ୧୦ ଯୁବକ

ପାଟଣା: ନିର୍ବାଚନ ସମୟରେ ମଧ୍ୟ ଦାଦନ ଦୁଃଖ କମିବାର ନା ଧରୁନାହିଁ । ଅଞ୍ଚଳରେ କାମ ଧନ୍ଦା ମିଳୁ ନ ଥିବାରୁ ବାଧ୍ୟ ହୋଇ ସାହାରପଡା ବ୍ଲକ ଅଞ୍ଚଳରୁ ଦଳ ଦଳ ହୋଇ ଶ୍ରମଜୀବୀମାନେ ବିଭିନ୍ନ ପ୍ରମୁଖ ସ୍ଥାନକୁ କର୍ମ ଅନ୍ୱେଷଣରେ ଯାଉଥିବା ଦେଖାଯାଉଛି । ମନରେଗା ଯୋଜନାରେ କାମ ନ ମିଳିବା ସହ ଅଞ୍ଚଳରେ କୌଣସି କଳକାରଖାନା ନଥିବାରୁ ଯୁବକମାନେ ବାଧ୍ୟ ହୋଇ ବାହାରକୁ ଯାଉଥିବା ଜଣାପଡିଛି। ଗୁରୁବାର ସାହାରପଡା ବ୍ଲକ ଅନ୍ତର୍ଗତ ବଡ଼ବିଲ ଛକରୁ ସକାଳ ସାଢେ ୮ ଟା ସମୟରେ ଅନ୍ୟୁନ ୧୦ ଜଣ ଯୁବକ ଏକ ଘରୋଇ ବସ୍‌ରେ ଭୁବନେଶ୍ୱର ଯାଇଛନ୍ତି। ସେମାନଙ୍କୁ ପଚାରିବାରୁ ସମସ୍ତେ କାମ ପାଇଁ ବାଙ୍ଗାଲୋର ଯିବେ ବୋଲି କହିଛନ୍ତି। ଏହି ଯୁବକମାନେ ବାରତଣିଆ, ହରିହରପୁର ଓ ମେଦିନିପୁର ଗ୍ରାମର ବୋଲି ଜଣାପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories