www.samajalive.in
Tuesday, December 9, 2025
17.1 C
Bhubaneswar

ଆଇସିଏସଇ ଦଶମ ଓ ଦ୍ଵାଦଶ ରେଜଲ୍ଟ ପ୍ରକାଶ: ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ। ଓଡିଶାର ଆଇସିଏସଇ ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଏଥର ଅଧିକ ରହିଛି। ସେହିପରି ଆଇଏସସି ଦ୍ଵାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ। ୧ ହଜାର ୭୩୬ ଜଣ ପରୀକ୍ଷା ଦେଇଥିବାବେଳେ ଫେଲ ହୋଇଛନ୍ତି ମାତ୍ର ୧୯ଜଣ। ଏଥିରେ ଝିଅଙ୍କ ପାସ୍ ହାର୍ ୯୮.୯୫ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୮. ୮୫ ପ୍ରତିଶତ ରହିଛି।  cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି। ଯଦି ରେଜଲ୍ଟରେ କୌଣସି ପ୍ରକାର ତୃଟି ଥାଏ,  ତେବେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ । ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ପାଇଁ ୧ ହଜାର ଟଙ୍କା ଥିବା ବେଳେ ରିଭାଲୁଏଶନ ପାଇଁ ୧୫୦୦ ଟଙ୍କା ରହିଛି । ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ରିଚେକିଂ ପାଇଁ ଆବେଦନ କରିପାରିବେ ।ଏହାପରେ ଏକ ମାସ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories