www.samajalive.in
Monday, December 8, 2025
27.1 C
Bhubaneswar

ଆଜି ‘ନିଟ୍’: ଦେଶର ୫୫୭ ଓ ବିଦେଶର ୧୪ଟି ସହରରେ ହେବ ପରୀକ୍ଷା

ଭୁବନେଶ୍ୱର : ଏମବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି ଦେଶର ୫୫୭ଟି ଓ ବିଦେଶର ୧୪ଟି ସହରରେ ଅନୁଷ୍ଠିତ ହେବ। ନିଟ୍‌ ପାଇଁ ଓଡ଼ିଶାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇ ଥିବାବେଳେ ପରୀକ୍ଷାର୍ଥୀ କେନ୍ଦ୍ରକୁ କ’ଣ ନେଇପାରିବେ ଏବଂ କ’ଣ ନେଇପାରିବେ ନାହିଁ ତାକୁ ନେଇ ଏକ ନିର୍ଦେଶାବଳୀ ପ୍ରକାଶ ପାଇଛି। ନିଟ୍‌ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ୱେବସାଇଟ୍‌ www.exams.nta.ac.inକୁ ଲଗ୍‌ଇନ୍‌ କରି ପରୀକ୍ଷା କେନ୍ଦ୍ର ପାଇଁ ପ୍ରବେଶିକା ପତ୍ର ବାହାର କରିପାରିବେ। ଚଳିତ ବର୍ଷ ନିଟ୍‌ ପରୀକ୍ଷା ଦେବା ପାଇଁ ୨୪ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ନିଟ୍‌ ପକ୍ଷରୁ ଦେଶରେ ୫୫୭ଟି ସହର ଏବଂ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଅନ୍ୟପଟେ ଓଡ଼ିଶାରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେବାକୁ ଥିବାରୁ ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ବାଲେଶ୍ବର, ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ଜୟପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡା, ପୁରୀ, କଟକ, ଭୁବନେଶ୍ବର ଏବଂ ରାଉରକେଲାରେ କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ବିଦ୍ୟାର୍ଥୀଙ୍କୁ କୁହାଯାଇଛି। ସାଥୀରେ ପାଣି ବୋତଲ, ଅତିରିକ୍ତ ପାସ୍‌ପୋର୍ଟ ଫଟୋ, ପରିଚୟପତ୍ର ଏବଂ ପ୍ରବେଶିକାପତ୍ର ନେଇ ଯିବେ। ମୋବାଇଲ ସହିତ କୌଣସି ବୈଦ୍ୟୁତିକ ଯନ୍ତ୍ରପାତି ନେଇପାରିବେ ନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories