www.samajalive.in
Sunday, December 7, 2025
15.1 C
Bhubaneswar

ଆଇପିଏଲ୍‌-୧୭ରେ ରନ୍‌ବର୍ଷା ଅବ୍ୟାହତ: ୮ ମ୍ୟାଚ୍‌ରେ ଅଢ଼େଇ ଶହ,  ୨୫ ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର୍‌

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ର ୧୭ଶ ସଂସ୍କରଣ ବୋଲରଙ୍କ ନିଦ ହଜାଇ ଦେଇଛି। ଅଦ୍ୟାବଧି ୪୪ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ବ୍ୟାଟ୍‌ସମ୍ୟାନଙ୍କ ରାଜୁତି ଅବ୍ୟାହତ ରହିଛି। ପ୍ରାୟ ପ୍ରତ୍ୟେକ ମ୍ୟାଚ୍‌ରେ ରନ୍‌ବର୍ଷା ଦେଖିବାକୁ ମିଳୁଛି। ଶନିବାର ସୁଦ୍ଧା ୪୪ଟି ମ୍ୟାଚ୍‌ରୁ ୮ଟି ମ୍ୟାଚ୍‌ରେ ଅଢ଼େଇ ଶହ ଏବଂ ୨୫ଟି ମ୍ୟାଚ୍‌ରୁ ୨ ଶହରୁ ଅଧିନ ରନ୍ ସ୍କୋର୍‌ ହୋଇଛି। ସନ୍‌ରାଇଜର୍ସ ହାଇଦରାବାଦ ଚଳିତବର୍ଷ ୩ ଥର ଏକ ଇନିଂସରେ ୨୬୦ରୁ ଅଧିକ ରନ୍‌ କରିଛି।

ଆର୍‌ସିବି ବିପକ୍ଷରେ ଏହା ଆଇପିଏଲ୍‌ କୀର୍ତ୍ତମାନ ୩/୨୮୭, ମୁମ୍ବଇ ବିପକ୍ଷରେ ଏହା ୩/୨୭୭ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଏହା ୩/୨୬୬ ରନ୍‌ କରିଛି। ୩ୟ ସ୍ଥାନରେ ଥିବା କଲକାତା ନାଇଟ୍‌ ରାଇଡର୍ସ ପ୍ରତିପକ୍ଷ ଦିଲ୍ଲୀ ବିପକ୍ଷରେ ୭/୨୭୨ ରନ୍‌ କରିଛି। କେକେଆର୍‌ ୨ ଥର ୨୫୦ରୁ ଅଧିକ ରନ୍‌ କରିଛି। ଏହି ୨ଟି ଦଳଙ୍କୁ ଛାଡ଼ି ପଞ୍ଜାବ, ଆର୍‌ସିବି ଓ ଦିଲ୍ଲୀ ମଧ୍ୟ ୨୫୦ରୁ ଅଧିକ ରନ୍‌ କରିଛନ୍ତି। କେକେଆର୍‌ ସର୍ବାଧିକ ୫ ଥର, ସନ୍‌ରାଇଜର୍ସ ୪ ଥର, ଦିଲ୍ଲୀ କ୍ୟାପିଟାଲ୍‌ସ, ଚେନ୍ନଇ ସୁପର କିଙ୍ଗ୍‌ସ ଓ ଆର୍‌ସିବି ୩ଥର ଲେଖାଏଁ, ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ୨ ଥର ଲେଖାଏଁ ଏବଂ ଗୁଜରାଟ, ଲକ୍ଷ୍ନୌ, ରାଜସ୍ଥାନ ଥରେ ଲେଖାଏଁ ୨୦୦ରୁ ଅଧିକ ରନ୍‌ ସ୍କୋର୍‌ କରିଛନ୍ତି।

- Advertisement -

ଶୁକ୍ରବାର କେକେଆର୍‌ ବିପକ୍ଷରେ ପଞ୍ଜାବ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବିଶ୍ବ କୀର୍ତ୍ତିମାନ ୨୬୨ ରନ୍‌ର ପିଛାକରି ଜିତିଥିବା ବେଳେ ମ୍ୟାଚ୍‌ରେ ବିଶ୍ବ କୀର୍ତ୍ତିମାନ ୪୨ଟି ଛକା ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories