ଗୁରୁଡିଝାଟିଆ: ବାଳି ରାଧାପ୍ରିୟାପୁର ଶାସନ ସ୍ଥିତ ଶ୍ୱେତପଦ୍ମା ଡ୍ୟାନ୍ସ ଏକାଡେମୀରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରତ୍ନାକର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ, ପ୍ରଗତି ଫାଉଣ୍ଡେସନ ସଭାପତି ଜୀବନ କୁମାର ମହାପାତ୍ର, ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ୱେତାଲିନ୍ ମିଶ୍ର, ଉପସଭାପତି ପ୍ରଶାନ୍ତ କୁମାର ରାଉତ, କଣ୍ଠଶିଳ୍ପୀପାୟଲ ନନ୍ଦ, ତନ୍ମୟ ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳ ପରିବେଶରେ ଗଢି ଉଠିଥିବା ଏହି ନୃତ୍ୟ ଅନୁଷ୍ଠାନଟି ସ୍ଥାନୀୟ ଲୁକାୟିତ ପ୍ରତିଭାକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିବା ସହ ଉତ୍ତୋରତ୍ତର କାମନା କରିଥିଲେ। ଡ୍ୟାନ୍ସଗ୍ରୁପର ଶିକ୍ଷାର୍ଥୀମାନେ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଉର୍ମିଳା ତ୍ରିପାଠୀ ଓ ରୋଜାଲିନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।
Popular Categories



