ନିର୍ବାଚନରେ ନିରପେକ୍ଷ ଓ ସ୍ୱଚ୍ଛତା ଆଣିବାରେ ଗଣମାଧ୍ୟମର ଭୂମିକା
ଜି ଉଦୟଗିରି: ସ୍ଥାନୀୟ ୧ନୋ ୱାର୍ଡ ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀର ସମ୍ପାଦକ ଇ ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣତନ୍ତ୍ରର ମହାନ୍ ପର୍ବରେ ନିରପେକ୍ଷ ଓ ସ୍ୱଚ୍ଛତା ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଟ ସାମ୍ୱାଦିକ ଶିଶିର ପଟ୍ଟନାୟକ, ରାମକୃଷ୍ଣ ଚୌଧୁରୀ, ସମୀର ପାଢ଼ୀ, ଅରୁଣ ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ପାଢ଼ୀ, ସୁସ୍ମିତା ଜେନା ଓ ଗଗନ ପ୍ରଧାନ ଅଂଶ ଗ୍ରହଣ କରି କନ୍ଧମାଳ ଜିଲ୍ଲାରେ ବିଗତ ୨୫ ବର୍ଷ ରାଜ୍ୟ ବା ୧୦ ବର୍ଷର କେନ୍ଦ୍ର ସରକାରଙ୍କ ଶାସନକୁ ଦେଖିଲେ ଚଳିତ ନିର୍ବାଚନକୁ ନିରପେକ୍ଷ ଓ ସ୍ବଚ୍ଛତା ଦିଗରେ ଗଣମାଧ୍ୟମର ଭୂମିକା ଆତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏଣୁ ଜନସାଧାରଣ ନିଜ ଅଞ୍ଚଳର ସମସ୍ୟା ଗଣମାଧ୍ୟମ ଦ୍ଵାରା ଓ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଗଣମାଧ୍ୟମ ପ୍ରତିନିଧି ସକରାତ୍ମକ ଢଙ୍ଗରେ ଉପସ୍ଥାପନା କରିପାରିଲେ ଆୟୋଜିତ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା।
Comments are closed.