www.samajalive.in
Wednesday, December 10, 2025
26.1 C
Bhubaneswar

୨ ବ୍ଲକ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ

ଫୁଲବାଣୀ: ଆଗକୁ ନିର୍ବାଚନ। ପ୍ରଚାରକୁ ଓହ୍ଲାଇଲେଣି ପ୍ରାର୍ଥୀ। ତେବେ ଅସନ୍ତୁଷ୍ଟଙ୍କ ବିରୋଧ ଜାରୀ ରହିଛି। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କନ୍ଧମାଳ ଜିଲା କଂଗ୍ରେସ। ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ କେ.ନୂଆଗାଁ ବ୍ଲକ ସଭାପତି ଜିତେନ୍ଦ୍ର ଦିଗାଲଙ୍କୁ ପଦବୀରୁ ବହିଷ୍କାର କରାଯାଇଛି। ପଦବୀରେ ଥାଇ ଗଣମାଧ୍ୟମରେ ଦଳବିରୋଧୀ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲା ସଭାପତି ଚନ୍ଦ୍ର ଶେଖର ପରିଡା। ନୂତନ ବାଲିଗୁଡା ବ୍ଲକ ସଭାପତି ଭାବେ ଅଭିଷେକ ଦିଗାଲ ଓ କେ. ନୂଆଗାଁ ବ୍ଲକ ସଭାପତି ଭାବେ ଶୁକଦେବ ଦିଗାଲଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ସୁରେଶ ପତିଙ୍କୁ ଦାୟିତ୍ୱ ଦିଆଯାଇଥିବା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ଜିଲା ସଭାପତି ଶ୍ରୀ ପରିଡା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories