www.samajalive.in
Monday, December 8, 2025
27.1 C
Bhubaneswar

ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି। ୩୬ ଡିଗ୍ରୀ ସହ ଆଜି ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେରରେ ୩୫.୨, ବାରିପଦା ଓ ଭବାନୀପାଟଣାରେ ୩୫ ଡିଗ୍ରୀ, କେନ୍ଦୁଝର ୩୪.୮, କଟକ ୩୪.୬ , ଝାରସୁଗୁଡା ୩୪.୨ଡିଗ୍ରୀ , ଭୁବନେଶ୍ଵରରେ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେପଟେ ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭ ଏବଂ ୨୮ ତାରିଖ ବେଳକୁ ମୟୁରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର , ନୂଆପଡା, କେନ୍ଦୁଝର , ସୁନ୍ଦରଗଡ, କଳାହାଣ୍ଡି , ବାଲେଶ୍ଵର ଏଭଳି ୧୦ ଜିଲ୍ଲାରେ ସିଭିୟର୍ ହିଟଓ୍ବେଭ୍ ଦେଖିବାକୁ ମିଳିବ। ତେଣୁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories